ଦୁର୍ଗାପୂଜାରେ ଆବଶ୍ୟକୀୟ ଦ୍ରବ୍ୟର ତାଲିକା

ଦୁର୍ଗାପୂଜାରେ ଆବଶ୍ୟକୀୟ ଦ୍ରବ୍ୟର ତାଲିକା

କଳ୍ପାରମ୍ଭରେ – ସିନ୍ଦୂର, ପଞ୍ଚବର୍ତ୍ତୀ ମୂରୁଜ, ପଞ୍ଚପଲ୍ଲବ, ପଞ୍ଚରନ, ପଞ୍ଚଶସ୍ୟ, ପଞ୍ଚଗବ୍ୟ, କଳସ, ହାଣ୍ଡି, ଦର୍ପଣ, ତିନିକାଠିଆ, ତୀର, ସରା, ଅରୁଆ ଚାଉଳ, ପଇଡ଼, କଳସ, ଗାମୁଛା, ଧୋତି, କଳ୍ପାରମ୍ଭର ଶାଢ଼ୀ, ଚଣ୍ଡୀଙ୍କର ଶାଢ଼ୀ, ଖସା, ହରିଡ଼ା, ପୁଷ୍ପ, ଦଧ, ମଧୁ, ଘୃତ, କନ୍ଦ, ନୈବେଦ୍ୟ, ଆସନ, ମୁଦ୍ରିକା, ମଧୂପର୍କ ଓ ଆରତୀ ପ୍ରଭୃତି ।

ନବପତ୍ରିକାରେ – କଦଳୀଗଛ, କୃଷ୍ଣବର୍ଡର ସାରୁଗଛ, ହଳଦୀଗଛ, ଜୟନ୍ତୀ ବୃକ୍ଷ ବା ଡାଳ, ବେଲ ଡାଳ, ଅଶୋକ ଡାଳ, ମହଣ ସାରୁଗଛ, ଧାନଗଛ, ଶ୍ୱେତ ଅପରାଜିତା ଲତା, ରକ୍ତବର୍ଣ୍ଣ ସୂତା, ଅଳତା, ଝୋଟ, ଦଉଡ଼ି ଓ କଦଳୀ ପାଟୁଙ୍ଗା ପ୍ରଭୃତି ।

ବୋଧନରେ – ବିଳ୍ପବୃକ୍ଷ ବା ଦୁଇଟି ବେଲ ଥିବା ଗୋଟିଏ ଡାଳ, କଳସ, ସରା, ଅରୁଆଖଉଳ, କଳସ ଗାମୁଛା, ପଇଡ଼, ତୀର, ପଞ୍ଚବର୍ତ୍ତୀ ମୁରୁଜ, ପଞ୍ଚଗବ୍ୟ, ପଞ୍ଚସଶ୍ୟ, ପଞ୍ଚରନ୍, ପଞ୍ଚ ପଲ୍ଲବ, ବୋଧନ ନିମିତ୍ତ ଶାଢ଼ୀ, ବିଲ୍ଵବୃକ୍ଷ ନିମନ୍ତେ ଧୋତିଲୁଗା, ଆସନ, ମୁଞ୍ଜକା, ମଧୁପର୍କ, ଦଧ୍, ଦୁଗ୍‌ଧ, ଘୃତ, ପୁଷ୍ପ, ତିଳ, ହରିଡ଼ା, ମାଷଭକ୍ତ ବଳି, ନୈବେଦ୍ୟ, ଛୁରୀ, ନୈବେଦ୍ୟ ଓ ଆରତୀ ପ୍ରଭୃତି ।

ଅଧୂବାସ ଦ୍ରବ୍ୟ – ତୈଳ, ହଳଦୀ, ଗଙ୍ଗା ମୃର୍ଷିକା, ଚନ୍ଦନ, ଶିଳା, ଧାନ୍ୟ, ଦୁର୍ବା, ପୁଷ୍ପ, କଦଳୀ, ଦଧ, ଦୁଗ୍‌ଧ, ଘୃତ, ମୁସ୍ତକ, ସିନ୍ଦୂର, ଶଙ୍ଖା, କଜ୍ଵଳ, ଗୋରଚନା, ଶ୍ୱେତ ଶୋରିଷ, ସୁନା, ରୂପା, ତମ୍ବା, ଦର୍ପଣ, ଅଳତା, ହଳଦିଆ ସୂତା, ଲୁହା, ଚାମର, ଦୀପ ଓ ଘଟସ୍ଥାପନାର୍ଥେ ତୀର ପ୍ରଭୃତି ।

ସପ୍ତମୀ ପୂଜାରେ – ଗୁରୁ, ପୁରୋହିତ, ଆଚାର୍ଯ୍ୟ ଓ ପୂଜକଙ୍କର ବରଣ ବସ୍ତ୍ର, ବରଣ ମୁଦ୍ରିକା, ପଇତା, ଖସା, ହରିଡ଼ା, ପୁଷ୍ପ, କଳସ, ପଇଡ଼, ଅରୁଆ ଚାଉଳ, କିମ୍ବା ଧାନ୍ୟ, ବିଲ୍ଵପତ୍ର, କୁଣ୍ଡ, ହାଣ୍ଡି, ତିନିକାଠିଆ ସରା, ବଡ଼ଦୀପ ଓ ଦର୍ପଣ ପ୍ରଭୃତି ।

ମହାସ୍ନାନରେ – ତୈଳ, ହଳଦୀ, ଦାନ୍ତକାଠି, ଆଠଗୋଟି କଳସ, ସହସ୍ରଧାରା ନିମିତ୍ତ ଛିଦ୍ରଯୁକ୍ତ ପଲମ, ପଞ୍ଚଗବ୍ୟ, ପଞ୍ଚାମୃତ, ପଞ୍ଚଶସ୍ୟଚୂର୍ତ୍ତ ଓ ତହିଁରେ ଭେଦା ହୋଇଥିବା ଜଳ, ପଞ୍ଚୁକଷାୟ, ଶିଶିର ଜଳ, ଇକ୍ଷୁରସ, ବେଶ୍ୟାଦ୍ଵାର ମୃର୍ତ୍ତିକା, ଗୁଜଦନ୍ତ ମୃରିକା, ଚତୁଷ୍ପର୍ଥ ମୃତ୍ତିକା, ରାଜଦ୍ରାର ମୂର୍ତ୍ତିକା, ବୃଷଶୃଙ୍ଗ ଖୋଳା ମୃର୍ତିକା, ବାଲ୍ମୀକି (ହୁଙ୍କା) ମୂର୍ଷିକା, ନଦୀ ଦୁଇକୂଳର ମୂର୍ତ୍ତିକା, ରାଶିତୈଳ, ବିଷ୍ଣୁତୈଳ, ଉଷ୍ମଜଳ, ନଡ଼ିଆ ଜଳ, ସବୌଷଧ, ମହୌଷଧ, ପଞ୍ଚରନ୍ ମିଶ୍ରିତ ଜଳ, ସମୁଦ୍ରର ଜଳ, ପଦ୍ମରେଣୁ, କର୍ପୂର, ଦୁଗ୍‌ଧ, ମଧୁ, କୁଙ୍କୁମ, ଅଗୁରୁ, ଚନ୍ଦନ, ବୃଷ୍ଟିଜଳ, ପଇଡ଼ଜଳ, ସରସ୍ୱତୀ ଜଳ, ନିର୍ଝର ଜଳ ଓ ସପ୍ତ ସମୁଦ୍ରଜଳ ପ୍ରଭୃତି ।

ଅନ୍ୟାନ୍ୟ ଦ୍ରବ୍ୟ – ପଞ୍ଚବର୍ଷି ମୂରୁଜ, ପଞ୍ଚରନ, ପଞ୍ଚଶସ୍ୟ, ପଞ୍ଚପଲ୍ଲବ, ସିନ୍ଦୂର, କଳସ ଗାମୁଛା, ଜବାପୁଷ୍ପ, ଶ୍ୱେତଶୋରିଷ, ଆସନ, ମୁଦି, ମଧୁପର୍କ ବାଟି, ମଧୁଚିନି, ସାମାନ୍ୟ ନୈବେଦ୍ୟ, ପ୍ରଧାନ ନୈବେଦ୍ୟ, ନବପତ୍ରିକା, ଶାଢ଼ୀ, ନବପତ୍ରିକା ପୂଜା ଶାଢ଼ୀ, ଲକ୍ଷ୍ମୀ, ସରସ୍ଵତୀ, ଚଣ୍ଡୀ, କାର୍ତ୍ତିକେୟ, ଗଣେଶ, ଶିବ, ବିଷ୍ଣୁ ନବଗ୍ରହ, ମୟୂର, ମୂଷିକ, ସିଂହ, ବୃଷ, ମହିଷ, ସର୍ପ, ଜୟା ଓ ବିଜୟା ଏହି ପ୍ରତ୍ୟେକଙ୍କର ବସ୍ତ୍ର, ଅର୍ଘ୍ୟ, ମାଲ୍ୟ, ଥାଳି, ଢାଳ, ଶଙ୍ଖ, ବିଲ୍ବପତ୍ର ମାଳା, ଫଳମୂଳ, ଆରତୀ ଓ ବଳୀର ଦ୍ରବ୍ୟ ପ୍ରଭୃତି ।

ହୋମ ପଦାର୍ଥ – ବାଲି, କାଷ୍ଠ, ଗୋମୟ, କୁଶ, ବିଲ୍ଵପତ୍ର, ପୂର୍ଣପାତ୍ର ଓ ଘୃତବତୀ ପ୍ରଭୃତି ।

ଅଷ୍ଟମୀ ପୂଜାରେ – ମହାସ୍ନାନ ଦ୍ରବ୍ୟ, ବନ୍ତକାଷ୍ଠ ଓ ବସ୍ତ୍ର ପ୍ରଭୃତି ଅନ୍ୟାନ୍ୟ ସମସ୍ତ ଦ୍ରବ୍ୟ ପୂର୍ବଦିନ ପରି ।

ସନ୍ଧି ପୂଜାରେ – ପୁଷ୍ପ ପ୍ରଭୃତି ଆସନ, ମୁଦ୍ରିକା, ମଧୁପର୍କ, କାଂସ୍ୟ ବାଟି, ଦଧି ଦୁଗ୍‌ଧ, ଘୃତ, ମଧୁ, ଚିନି, ଶାଢ଼ୀ, ଥାଳି, ଢାଳ, ମାଳା, ଧୂପ, ଦୀପ, ଭୋଗଦ୍ରବ୍ୟ ଓ ଆରଚୀ ପ୍ରଭୃତି ।

ନବମୀ ପୂଜାରେ– ପୂର୍ବୋକ୍ତ ସମସ୍ତ ଦ୍ରବ୍ଯ ଓ ନୂତନ ଶାଢ଼ୀ ।

ଦଶମୀ ପୂଜାରେ– ଗନ୍ଧ ପୁଷ୍ପ, ଦୁର୍ବା, ତୁଳସୀ, ବେଲପତ୍ର, ଧୂପ, ଦୀପ, ନୈବେଦ୍ୟ, ଦଧ, ମିଷ୍ଟାନ୍ନ, ସିଦ୍ଧି (ଭାଙ୍ଗ) ଓ ଆରତ୍ରିକ ପ୍ରଭୃତି ।