smarteduguide.com
  • Home
  • Lyrics
  • ଜଗବନ୍ଧୁ ପରି ଜଣେ ସାମନ୍ତ ଗୀତ

ଜଗବନ୍ଧୁ ପରି ଜଣେ ସାମନ୍ତ ଗୀତ

by Arpita Jena Jul 15, 2026

ଜଗବନ୍ଧୁ ପରି ଜଣେ ସାମନ୍ତ ଗୀତ

ଓଡ଼ିଆ ଜଗନ୍ନାଥ ଭଜନ ଜଗବନ୍ଧୁ ପରି ଜଣେ ସାମନ୍ତ ଗୀତ

(ଦୀନକୃଷ୍ଣ ଦାସ)

ଜଗବନ୍ଧୁ ପରି ପରି ଜଣେ ସାମନ୍ତ ନାହିଁ ତ

ଚଉଦ ଭୂବନ ବାରତା ଜାଣନ୍ତି,

ଚକ୍ରରେ ଛେଦନ୍ତି ଆରତ

ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ,

ଅକୃର ଆଣିଣ ଗଲାତ

ଗାଈ ଦୁହୁଁ ଦୁହୁଁ କେଶ ଫିଟିଗଲା,

ଚତୁର୍ଭୁଜ ହେଲେ ଅନନ୍ତ

ସୁଗ୍ରୀବର ସଙ୍ଗେ ମଇତ୍ର ହୋଇଣ,

ବାଳୀକି ବିନାଶ କଲେ ତ

ରାବଣ ଭ୍ରାତା ଯେ ଶରଣ ପଶିଲା,

ଲଙ୍କାଗଡ଼ ତାକୁ ଦେଲେ ତ

କୁରୁସଭା ତଳେ ଦ୍ରୌପଦୀ ଚିନ୍ତାଲା,

କୋଟି ବସ୍ତ୍ର ଦିଆଇଲେତ

ଭାରତ ଯୁଦ୍ଧରେ ଭରତିୟା ପକ୍ଷୀ,

ଘଣ୍ଟା ଘୋଡ଼ାଇ ରଖିଲେ ତ

ଏମନ୍ତ ସାମନ୍ତ ତ୍ରିଭୂବନେ ନାହିଁ,

ନାଶନେ ଆରତୀ ଆରତ

କହେ ହ ଦୀନକୃଷ୍ଣ ଦାସ ଯେ ଶ୍ରୀକୃଷ୍ଣ,

ପଦ୍ମ ପାଦ ଚିତ୍ତେ ଧ୍ୟାୟିତ

Tags: ଓଡ଼ିଆ ଜଗନ୍ନାଥ ଭଜନ ଜଗବନ୍ଧୁ ପରି ଜଣେ ସାମନ୍ତ ଗୀତ ଜଗବନ୍ଧୁ ପରି ଜଣେ ସାମନ୍ତ ଗୀତ
Previous Article ଶ୍ରୀ ସରସ୍ୱତୀ ସ୍ତୁତି
Next Article ଦଶାବତାର ଗୀତ ସ୍ତୋତ୍ରମ୍

©smarteduguide.com