smarteduguide.com
  • Home
  • ଓଡ଼ିଆ ଗଳ୍ପ
  • ଓଡ଼ିଆ କାହାଣୀ କୁଜାର କୁହୁକ ଲଢେଇ

ଓଡ଼ିଆ କାହାଣୀ କୁଜାର କୁହୁକ ଲଢେଇ

by Arpita Jena May 20, 2026

ଓଡ଼ିଆ କାହାଣୀ କୁଜାର କୁହୁକ ଲଢେଇ

ଦିନକର ଘଟଣା । ମହାରାଜା ବିକ୍ରମାଦିତ୍ୟ ସେତେବେଳେ ତାଙ୍କର ରାଇଜରେ ନଥାଆନ୍ତି । ସେ ତ ଭା’ରି ପର ଉପକାରୀ ରାଜା । କେହି ଧନୀ ହେଉ ବା ଗରିବ ହେଉ, ବିପଦରେ ପଡି ତାଙ୍କ ପାଖରେ ଗୁହାରୀ କଲେ, ସେ ସାଙ୍ଗେ ସାଙ୍ଗେ ଯାଇ ତାହାକୁ ବିପଦରୁ ଉଦ୍ଧାର କରନ୍ତି । ସେଥିପାଇଁ ଯଦି ନିଜର ଜୀବନ ଚାଲିଯାଏ, ତହିଁକି ବି ସେ ରାଜାଙ୍କର ମୋଟେ ଚିନ୍ତା ନଥାଏ । ଇମିତିକା ଅନେକ ମହତ ଗୁଣ ତାହାଙ୍କଠିଁ ଥାଏ
ବୋଲି ତାଙ୍କର ଖୁବ୍ ନାମଡାକ । ସେ ଥରେ ଜଣେ ଗରିବ ଦୁଃଖି ବ୍ରାହ୍ମଣର ଦୁଃଖ ଗୁହାରୀ ଶୁଣି ତାହାକୁ ବିପଦରୁ ରକ୍ଷା କରିବାକୁ ଏକା ଏକା ଅନେକ ଦୂରଦେଶକୁ ଯାଇଥାଆନ୍ତି ।

ବିକ୍ରମାଦିତ୍ୟ ଏଡେ ଭଲ ରାଜା, ଗୁଣବାନ, ବିଦ୍ୱାନ୍, କୀର୍ତ୍ତିବାନ୍ ପୁଣି ପର ଉପକାରୀ ରାଜା ଥିଲେ ବି ତାହାଙ୍କର ମଧ୍ୟ ଶତ୍ରୁ ଥିଲେ । ଏହି ଦୁନିଆଟା ବି ସେମିତିକା ଗୋଟାଏ ଭା’ରି ଅସଲଟିଆ ସ୍ଥାନ ।
ଏଠେଇଁ ଇମିତି ଅନେକ ଖଳ, ମନ୍ଦ ପ୍ରକୃତିର ଲୋକ ଅଛନ୍ତି, ଯେଉଁମାନେ କି ଆଉ ଜଣଙ୍କର ସୁନାମ, କୀର୍ତ୍ତି, ପ୍ରଶଂସା, ବଡପଣ ଦେଖିଲେ ଆଦୌ ସହିପାରନ୍ତି ନାହିଁ । ପରର ଶିରୀ ଦେଖିଲେ ସେମାନେ ଖାଲି ଚିଡିଚିଡି ହୁଅନ୍ତି ।
ପରର ପ୍ରଶଂସା ଶୁଣିଲେ ସେମାନଙ୍କର ଦିହରେ ତାହା ଆଦୌ ଯାଏ ନାହିଁ । ସେମିତିକା ଗୋଟାଏ, ଦି’ଟା ପଡୋଶୀ ଘୁଅମୁହାଁ ରଜା ବିକ୍ରମାଦିତ୍ୟଙ୍କର ଚୁପ୍ସଇତାନ ଶତ୍ରୁ ଥିଲେ । ସେମାନେ ସବୁବେଳେ ଛକିଥିଲେ,
ସେ କେମିତି ଅକଳରେ ପଡିଲେ ପଟାଏ ଦାଗିଦେବେ । ସେ ରାଇଜରେ ନଥିଲାବେଳେ କିଛି ହେଲେ ତାଙ୍କର ଖିନିଖରାପ କରିଦେବେ, କିଛି ହେଲେ ଲୋକସାନ କରିଦେବେ ଏବେ ଯେତେବେଳେ ସେମାନେ ଶୁଣିଲେ
ଯେ ବିକ୍ରମାଦିତ୍ୟ ତାଙ୍କର ରାଇଜରେ ନାହାଁନ୍ତି, ଗୋଟାଏ ରାଜା ତାହାର ସଇନ ସାମନ୍ତ, ଦଳବଳ ନେଇ ଆସିଲା ତାଙ୍କର ରାଇଜ ଉପରେ ଚଢାଉ କରିବାକୁ ।
ଉଜ୍ଜ୍ୱଳ ନଗର ଚର ଆସି ବିକ୍ରମାଦିତ୍ୟଙ୍କର ରାଜସଭାରେ ଖବର ଦେଲା ଯେ ପଡୋଶୀ ରାଜା ଭଗାରୀପଣ ସାଧିବାକୁ ଆମ ରାଇଜ ଉପରେ ଚଢାଉ କରିବାକୁ ଦଳବଳ ନେଇ ମାଡିଆସୁଛି ।
ଏହି ଖବର ଶୁଣି ପାତ୍ର ମନ୍ତ୍ରୀଙ୍କର ଛାତି ଚାଉଁକିନା ଚମକି ଉଠିଲା । ମହାରାଜା ଏତିକିବେଳେ ନାହାଁନ୍ତି, ଯୁଦ୍ଧ ଚାଳନା କରିବ କିଏ? ବଡ ବଡ ଯୋଦ୍ଧାମାନଙ୍କୁ ବି ଖବର ଦିଆଯାଇ ନାହିଁ ।
କୌଣସି ପ୍ରକାରେ ଆମେମାନେ ତ ପ୍ରସ୍ତୁତ ନାହୁଁ । କ’ଣ କରିବା! କ’ଣ କରିବା! କ’ଣ କରିବା ବୋଲି ଚାରିଆଡେ ହାଲହୋଲି ପଡିଗଲା । ସମସ୍ତେ ଖାଲି ଗାଲରେ ହାତଦେଇ ଭାବିବାକୁ ଲାଗିଲେ । ସେମାନେ ନଈଟାକୁ ପାରିହୋଇ ଆସିଲେତ ଆଗ ଆମ ରାଜଉଆସକୁ ଘେରାଉ କରିବେ । ତେଣୁ କାହାରିକୁ କିଛି ବି ବୁଦ୍ଧି ଦିଶୁନାହିଁ ।


ବିଶେଷ ଦ୍ରଷ୍ଟବ୍ୟ:-  କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।  ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ ।  ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

Tags: Odia Children Story ଓଡ଼ିଆ କାହାଣୀ କୁଜାର କୁହୁକ ଲଢେଇ
Previous Article ଓଡ଼ିଆ ଗଳ୍ପ ରାଜା ଏବଂ ଆପଲ୍
Next Article ରତ୍ନ ମଞ୍ଜରୀ କଥା ଓଡ଼ିଆ କାହାଣୀ

Your Might Also Like

  • ମାନସିକ ରୋଗୀ ଓଡ଼ିଆ ଗଳ୍ପ

    by Arpita Jena May 20, 2026

    ମାନସିକ ରୋଗୀ ଓଡ଼ିଆ ଗଳ୍ପ ହୋଲାପୁରର ଏକ ମାନସିକ ରୋଗଚିକିତ୍ସା କେନ୍ଦ୍ରରେ କେଶବ ତା’ର ଜଣେ ଆତ୍ମୀୟ ଲୋକକୁ ଦେଖିବାକୁ ସେଠାକୁ ଯାଇଥିଲା । ସେଠାରେ ପହଁଚି ସେ ବୁଝିଲା, ତା’କୁ ଆହୁରି ଘଂଟାଏ ଅପେକ୍ଷା କରିବାକୁ ହେବ, ତା’ପରେ ଯାଇ ତାଙ୍କର ଦେଖାମିଳିବ  ବାହାରେ ପଡିଥିବା ଏକ ଖଟିଆ ଉପରେ ସେ ବସି ଅପେକ୍ଷା କଲା । ସେଠାରେ ଆହୁରି ଜଣେ ବ୍ୟକ୍ତି ପୂର୍ବରୁ ବସିଥିଲେ । କଥାବାର୍ତ୍ତା…

  • ଓଡ଼ିଆ ଗଳ୍ପ ଅଧୂରା ବର୍ଷାର ପ୍ରେମ

    by Arpita Jena May 19, 2026

    ଓଡ଼ିଆ ଗଳ୍ପ ଅଧୂରା ବର୍ଷାର ପ୍ରେମ ସେଦିନ ଆକାଶଟା ଅଜଣା ଭାବରେ ନୀରବ ଥିଲା। ଦୂରରେ ବିଜୁଳି ଚମକୁଥିଲା, ଆଉ ଟିଣ ଛାଦ ଉପରେ ବର୍ଷାର ଟପଟପ ଶବ୍ଦ ହୃଦୟକୁ ଏକ ଅଜଣା ଶୂନ୍ୟତାରେ ଭରିଦେଉଥିଲା। କଲେଜ ହଷ୍ଟେଲର ଛୋଟ ଘରରେ ବସି ଅଭିନବ ପୁରୁଣା ଡାୟାରୀର ପୃଷ୍ଠା ଓଲଟାଉଥିଲା। ହଠାତ୍ ଗୋଟିଏ ଶୁଖିଯାଇଥିବା ଗୋଲାପ ଫୁଲ ତା’ ହାତ ଉପରେ ଖସିପଡ଼ିଲା। ଫୁଲଟିକୁ ଦେଖିବାମାତ୍ରେ ତା’ ଆଖି ସାମ୍ନାରେ…

©smarteduguide.com