କାଳିଦାସଙ୍କ ଅକଲ

ଓଡ଼ିଆ କାହାଣୀ ଏବଂ ଗଳ୍ପ ଛୁଆ ମାନକଂର ବହୁତ ପସନ୍ଦ ଛୁଆ ମାନେ ଶୋଇଲା ବେଳେ ତାଙ୍କ ବାପା ମା ଏ ଷ୍ଟୋରୀ ଶୁଣାନ୍ତି

କାଳିଦାସଙ୍କ ଅକଲ

କାଳିଦାସ ଙ୍କ କଥା ତୁମେ ଶୁଣିଥି୍ବ । ସେ ଆଗେ କେମିତକା ମୂର୍ଖ ଥୁଲେ, ସେ କଥାବି ତୁମେ ଜାଣିଥିବ ।

ଡାଳ ଅଗରେ ଥାଇ ମୂଲକୁ ହାଣିବା ଲୋକ ସେ। ସେ ମୂର୍ଖ ବୋଲି ସିନା ନିଜ ସ୍ତ୍ରୀ ଠାରୁ ଗୋଇଠା ମାଡ ଓ ତଡ଼ା ଖାଇଲେ ।

ହେଲେ ସାବଧାନ ! ତମେ ବି ପାଠ ନ ପଢିଲେ ମୂର୍ଖହେବ । ବାହା ହେଲେ ସ୍ତ୍ରୀ ଜାଣିବ, ତମେ ଗୋଟିଏ ମୂର୍ଖ ।

ତାପରେ ତମର ବି କାଳିଦାସଙ୍କ ପରି ଦଶାଯେ ନହେବ, କିଏ କହି ପାଈବ ?

କାଳିଦାସ ଗୋଇଠା ମାଡ ଖାଇଲେ ସିନା, ତାହା ଢାଙ୍କ ପାଇଁ ଓଷଧ ଭଳି କାମ କଲା  ।

ସେହିଦିନ ଠାରୁ ସେ ଜିଦ୍ କଲେ, ଦିନେନା ଦିନେ ଜଣେ ବଡ ପଣ୍ଡି’ତ ହେବେ ।

ନଚେତ ଜୀବନ ହାରିଦେବେ । ତାଙ୍କର ଜିଦ୍ ଦେଖି ଦେବୀ ସରସ୍ୱତୀ  ତାଙ୍କୁ ବିଦ୍ୟା ଦେଲେ ।

ସତରେ ସେ ଜଣେ ବଡପଣ୍ଡିତ ହେଲେ । ଖାଲି ପଣ୍ଡିତ ନୁହେଁ, ବୁଦ୍ଧିରେ ବା ତାଙ୍କୁ ଟପିଲା ଵାଲା କେହି ନଥିଲେ।

ସେହି  କାଳିଦାସଙ୍କ ବୁଦ୍ଧି କେତେ ଏହି ଗପଟି ପଢ଼ିଲେ ତୁମେ ଜାଣିପାରିବ |

ମୁଁ ତ କହିଛି କାଳୀଦାସଙ୍କ ଢ଼େରେ ବୁଦ୍ଧି ଓ ଜ୍ଞାନ  ଥିଲା  କିନ୍ତୁ ତାଙ୍କର ରୂପଟି

ଥିଲା ଭାରି ଅସୁନ୍ଦର କାଳୀଦାସଙ୍କ ବର୍ଣ୍ଣ ଦେଖିବାକୁ ହାଣ୍ଡି କଳା ପରି ମୋଟା ଦେହକୁ  ଥନ୍ତଲା ପେଟଟି ଆଗକୁ

ଓହଳି  ପଡିଥାଏ ଚନ୍ଦା ମୁଣ୍ଡରେ ଚୁଟି ନଥାଏ ଏମିତି ରୂପ ଦେଖିଲେ କିଏ  ନ ହସିବ କହିଲେ |

ଦିନେ ମହା କବି କାଳୀଦାସ ରାଜା  ବିକ୍ରମାଦିତ୍ୟଙ୍କ ସହିତ  ବଗିଚାରେ ବୁଲୁଥିଲେ ।

ରାଜା କାଳୀଦାସଙ୍କୁ  ଚିଡ଼େଇବା  ପାଇଁ  ଥଟାରେ କହିଲେ -କବି ଆପଣଙ୍କ ବୁଦ୍ଧି ଓ ଜ୍ଞାନ କୁ ସଭିଁଏ

ତାରିଫ କରନ୍ତି  କିନ୍ତୁ ରୂପ ଟାକୁ ଦେଖି ନାକ ଟେକନ୍ତି କାହିଁକି ?

ତୁମର ବୁଦ୍ଧି ଓ ଗୁଣ  ଯେମିତି ସୁନ୍ଦର ରୂପ ଟା ସେମିତି ସୁନ୍ଦର ହେଲା ନାହିଁ କାହିଁକି ?

କାଳୀଦାସ ତଭାରି ଚାଲାଖ ଲେକ । ସେ ରାଜାଙ୍କ ମନ କଥା ବୁଝି ପାରିଲେ ।

କିନ୍ତୁ ସେତେବେଳେ ସେ ଏହାର କୌଣସି ଉତ୍ତର ନ ଦେଇ ଚୁପ୍ ରହିଲେ ।

କିଛି ସମୟ ପରେ ଦୁହେଁ ରାଜା ଉଆସକୁ ଫେଈଲେ। ଉଆସରେ ରାଜା ଓ କାଳୀଦାସ ବସିଛନ୍ତି ।

ଏହି  ସମୟରେ କାଳୀଦାସ ରାଜାଙ୍କୁ  କହିଲେ  ମହାରାଜ ! ମୋତେ  ଦୁଇଟି ପାତ୍ର  ଯୋଗାଇ ଦିଅନ୍ତୁ ।

ସେଥୁରୁ ଗୋଟିଏ ସୁନାର ପାତ୍ର  ଓ ଅନ୍ୟଟି ମାଟି ପାତ୍ର । ରାଜା ସଙ୍ଗେ ସଙ୍ଗେ  ଦୁଇଟି ପାତ୍ର  ମଗାଇ

ଆଣିଲେ କାଳୀଦାସଙ୍କ ହାତକୁ ପାତ୍ର  ଦୁଇଟି ବଢ଼ାଇ ଦେଲେ ।

କାଳୀଦାସ ପାତ୍ର  ଦୁଇଟି ନେଲେ ଦୁଇଟି ଜାକ ପାତ୍ର ରେ ପାଣି ଭରି କରି  ରଖିଲେ

କିଛି ସମୟ ବିତିଗଲା  ତାପରେ  ସେ  ଗୋଟିଏ ପରେ  ଗୋଟିଏ  ପାତ୍ର ରାଜାଙ୍କ ହାତକୁ ଦେଇ କହିଲେ

ମହାରାଜ  ଏବେ ପରୀକ୍ଷା କରି କୁହନ୍ତୁ  କେଉଁ ପାତ୍ର ର ପାଣି ଅଧୂକ ଥଣ୍ଡା ।

ରାଜା  ଅଳ୍ପ ହସି ପାତ୍ର ଦୁଇଟି ପାଣି ନିଜ ହାତରେ ପରୀକ୍ଷା କଲେ  ।

ତାପରେ କହିଲେ  ମାଟି ପାତ୍ର ର ପାଣି ସୁନା ପାତ୍ର ର ପାଣି ଅପେକ୍ଷା ଅଧିକ ଥଣ୍ଡା

କାଳିଦାସ କହିଲେ ମହାରାଜ ସୁନା ପାତ୍ର ଦେଖିବାକୁ ଭାରି ସୁନ୍ଦର  ।

ଏହାର ଦାମ ବି ବେଶୀ କିନ୍ତୁ ମାଟି ପାତ୍ର  ଦେଖିବାକୁ ଅସୁନ୍ଦର, ଭାରି ଶସ୍ତା  ତଥାପି  ତଥାପି

ମାଟି ପାତ୍ର ର ଜଳ ସୁନା ପାତ୍ର ଜଳ ଅପେକ୍ଷା ଅଧିକ ଥଣ୍ଡା

ଏଣୁ ଲେକେ ମାଟି ପାତ୍ର ପାଣିକୁ ହିଁ ପସନ୍ଦ କରନ୍ତି  ଘରେ ଘରେ ଦେଖନ୍ତୁ ମାଟି ପାତ୍ର ଢ଼େର ଆଦର ରହିଛି

ଏ ଥିରୁ ଆପଣ ବୁଝି ପାରୁଥିବେ ଲୋକେ ରୂପକୁ ନୁହେଁ ଗୁଣକୁ ହିଁ ପସନ୍ଦ କରନ୍ତି

ଏ ଣୁ ମୋତେ ଦେଖି ଲୋକେ ନାକ ଟେକିବେ କାହିଁକି ?

ପୁଣି ରୂପ ଓ ଗୁଣ ଦୁଇଟି ଅଲଗା କଥା। ଗୁଣ ସୁନ୍ଦର ହୋଇପାରେ, କିନ୍ତୁ ରୂପ ସୁନ୍ଦର ହୋଇ ନ ପାରେ ।

ଦେଖୁ ନାହାନ୍ତି, ଆମର ଗଣେଶ, ବିଦ୍ୟାର ଦେବତା । ତାଙ୍କର ବୁଦ୍ଧି ଓ ବଦ୍ୟା ଅମାପ । କିନ୍ତୁ ରୂପଟା ଭାରି  ଅସୁନ୍ଦର।

ଏହା ଶୁଣି ରାଜା ଖୁସି ହୋଇ ସଙ୍ଗେ ସଙ୍ଗେ କାଳୀଦାସଙ୍କୁ କୁଣ୍ଢାଇ ପକାଇଲେ