ମତ୍ସ୍ୟ ସୁନ୍ଦରୀ ଓଡ଼ିଆ ଗଳ୍ପ
ମାହାରା କୂଳ ଶିମୂଳୀ ଗଛ ନିକଟସ୍ଥ ଶୁଖିଲା କୂଅରୁ ହଠାତ୍ ପାଣି ଉଚ୍ଛୁଳି ପଡିଲା । ଆଉ ସେଇ ଉଚ୍ଛୁଳାପାଣି ଭିତରୁ ବାହାରି ଆସିଲେ ଅଙ୍ଗାରବାବା
ତାଙ୍କ ଆଖି ଦି’ଟା ରଡନିଆଁ ଭଳି ଜଳୁଥିଲା ମୁଣ୍ଡର ବାଳ ଗୁଡା ଜଟାହୋଇ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା ଦେହରେ ହାତିକିଆ ଲୋମ । ପାଦ, ହାତରେ ନଖଗୁଡା ହାତେ ଲେଖାଁ ବଢିଥାଏ
ଏସବୁ ଦେଖି କେହି ତ କେବେବି ବିଶ୍ୱାସ କରିବନି ଯେ, ଏ ଜଣେ ବାବା ବୋଲି
ବାବା ଗମ୍ଭୀର କଣ୍ଠରେ ଡାକିଲେ – ମନମୋହିନୀ… ମନମୋହିନୀ… ?
ହଠାତ୍ ଶିମୂଳୀ ଗଛ କୋରଡରୁ ବାହାରି ଆସିଲା ମନମୋହିନୀ ବାଜପକ୍ଷୀ…
ଥଂଟକୁ ଗଛରେ ଘଷୁ ଘଷୁ ସେ କହିଲା – ଆଦେଶ କରନ୍ତୁ ସ୍ୱାମୀ…
ଅଙ୍ଗାରବାବା- ମୁଁ ତ ତୋତେ ସାରା ଜୀବନ ଆଦେଶ ଦେଇ ଆସିଚି; ହେଲେ ତୁ ମତେ ଆଜି ଆଦେଶ ଦବୁ
ମନମୋହିନୀ-ସ୍ୱାମୀ! ଏ କି କଥା !
ମୁଁ ତ ଆପଣଙ୍କର ଆଜ୍ଞାବହ ଗୋଲାମ
ମୁଁ କେମିତି ଆପଣଙ୍କୁ ଆଦେଶ ଦେବି? ପାପ ହୋଇଯିବ ସ୍ୱାମୀ…ଘୋର ପାପ
ଏସବୁ କଥା ଶୁଣି ପାଗଳଙ୍କ ପରି ଖାଲି ହସି ଉଠିଲେ ଅଙ୍ଗାରବାବା । ଆଉ କହିଲେ – ମନମୋହିନୀ ! ତୁ କ’ଣ କହିଲୁ? ପାପ…?
ହାଃ, ଏଇଟାତ କଳିଯୁଗ । ଏଇ କଳିଯୁଗରେ କେବଳ ପାପର ହିଁ ରାଜୁତି ଚାଲିଛି । ଆଉ ତୁ କୋଉ ପାପ କଥା କହୁଛୁ? ଆରେ ପାଗଳୀ,
ପାପ ବିନା କଳିଯୁଗର ସ୍ଥିତି ମୋଟେ ନାହିଁ ଏଠି ସମସ୍ତେ ପାପର ବୁଟଦାନା ଖାଇଛନ୍ତି ସାମାନ୍ୟ ସିଂହାସନ ପାଇଁ ବାପ ପୁଅକୁ ହତ୍ୟା କରେ,
ଭାଇ ଭାଇକୁ ହତ୍ୟା କରେ, ସ୍ତ୍ରୀ ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରେ, ପାପ ବୋଲି ସେମାନେ ତ କେହି କେବେବି ଉଚ୍ଚାରଣ କରିନାହାଁନ୍ତି?
କି ଥରକପାଇଁ ଅନୁତାପ ବି କରି ନାହାଁନ୍ତି ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।