Ramayana Quiz Odia

ramayana quiz odia

ରାମାୟଣ କୁଇଜ୍‌

ମୂଳ ରାମାୟଣ ରଚୟିତା କିଏ ?

ଉତ୍ତର :  ମହର୍ଷି ବାଲ୍ମୀକି

ଓଡ଼ିଆ ଦାଣ୍ଡି ରାମାୟଣର ରଚୟିତା କିଏ ?

ଉତ୍ତର :  ବଳରାମ ଦାସ

ଦସ୍ୟୁ ରତ୍ନାକର ପୁଷ୍କରିଣୀକୁ ସ୍ନାନ କରିବାକୁ ଗଲାବେଳେ କି ଅବସ୍ଥା ସୃଷ୍ଟି ହେଲା ?

ଉତ୍ତର :  ପୁଷ୍କରିଣୀ ଶୁଖିଗଲା

ଦସ୍ୟୁ-ରତ୍ନାକର ମହାମନ୍ତ୍ର କିପରି ଉଚ୍ଚାରଣ କରିଥିଲା ?

ଉତ୍ତର :  ମରା-ମରା ଶବ୍ଦରୁ

ଲକ୍ଷ୍ମୀ-ନାରାୟଣଙ୍କର ବାସସ୍ଥାନ କେଉଁଠି ?

ଉତ୍ତର :  ବୈକୁଣ୍ଠପୁର

ରାବଣ ଗୃହରେ ଦେବରାଜ ଇନ୍ଦ୍ର କେଉଁ କାର୍ଯ୍ୟରେ ନିଯୁକ୍ତ ଥିଲେ ?

ଉତ୍ତର :  ଫୁଲମାଳା ଗୁନ୍ଥା କାର୍ଯ୍ୟରେ

ଚନ୍ଦ୍ର କେଉଁ କାର୍ଯ୍ୟରେ ନିଯୁକ୍ତ ଥିଲେ ?

ଉତ୍ତର :  ଛତ୍ର ଧରିବା କାର୍ଯ୍ୟରେ

ବରୁଣ କେଉଁ କାର୍ଯ୍ୟ କରୁଥିଲେ ?

ଉତ୍ତର :  ପାଣି ଆଣିବା କାର୍ଯ୍ୟ

ବସୁମତୀ କେଉଁ କାର୍ଯ୍ୟ କରୁଥିଲେ ?

ଉତ୍ତର :  ଗୃହ ସଫାସୁତରା

ରାବଣଙ୍କର ଲୁଗା କାଚିବା କାର୍ଯ୍ୟ କିଏ କରୁଥିଲେ ?

ଉତ୍ତର :  ଗ୍ରହରାଜ ଶନି

ରାବଣ ବ୍ରହ୍ମାଙ୍କୁ କେଉଁ କାର୍ଯ୍ୟରେ ଖଟାଇଥିଲେ ?

ଉତ୍ତର :  ପୁତ୍ର, ପୌତ୍ରଙ୍କ ଶିକ୍ଷାଦାନ କାର୍ଯ୍ୟରେ

ଶ୍ରୀମତୀ କାହା ଗଳାରେ ବରଣମାଳା ଦେଇଥିଲେ ?

ଉତ୍ତର :  ନାରାୟଣଙ୍କ ଗଳାରେ

ଶ୍ରୀମତୀଙ୍କର ପରଜନ୍ମ କ’ଣ ହୋଇଥୁଲା ?

ଉତ୍ତର :  ସୀତା

ଦଶରଥଙ୍କ କୋଳରେ ନାରାୟଣ ଜନ୍ମ ହେବେ ବୋଲି କିଏ ଅଭିଶାପ ଦେଇଥିଲେ ?

ଉତ୍ତର :  ନାରଦ ଓ ପର୍ବତ ଋଷି

କୌଶିକ କିଏ ?

ଉତ୍ତର :  ଭୂଦେବ ବଂଶ ହରିଭକ୍ତ

କୁଶଧ୍ଵଜ କିଏ ?

ଉତ୍ତର :  ବୃହସ୍ପତିଙ୍କ ପୁତ୍ର

କୁଶଧ୍ଵଳ ବେଦମନ୍ତ୍ର ପାଠ କରୁଥିବା ସମୟରେ ବେଦ ଶବ୍ଦ ମଧ୍ୟରୁ ଏକ କନ୍ୟା ଜାତ ହେଲେ, ତା’ର ନାମ କ’ଣ ?

ଉତ୍ତର :  ବେଦମତୀ

ବେଦମତୀଙ୍କର ପୂର୍ବ ଜନ୍ମ କ’ଣ ଥୁଲା ?

ଉତ୍ତର :  ଶ୍ରୀମତୀ

କୁଶଧ୍ୱଜ ଋଷିଙ୍କ ଶିର କିଏ କାଟିଥିଲା ?

ଉତ୍ତର :  ଶମ୍ଭୁ ଦୈତ୍ୟ

ବେଦମତୀକୁ କାହା ସହିତ ବିବାହ ଦେବାପାଇଁ କୁଶଧ୍ୱଜ ସ୍ଥିର କରିଥିଲେ ?

ଉତ୍ତର :  ଶ୍ରୀହରିଙ୍କୁ

ବେଦମତୀ କାହିଁକି ତପସ୍ୟାରେ ମନ ବଳାଇଲା ?

ଉତ୍ତର :  ଶ୍ରୀହରିଙ୍କୁ ପତିରୂପେ ପାଇବା ପାଇଁ

ଜନକ ମହର୍ଷି କନ୍ୟା ପାଇବେ ବୋଲି କିଏ ତାଙ୍କୁ ସୂଚନା ଦେଇଥିଲେ ?

ଉତ୍ତର :  ଅପ୍‌ସରା ମେନକା

ଜନକ ମହର୍ଷି କେଉଁଠାରୁ ମଞ୍ଜୁଷା ପାଇଥିଲେ ଏବଂ ସେ ମଞ୍ଜୁଷା ଭିତରେ କ’ଣ ଥୁଲା ?

ଉତ୍ତର :  ଦକ୍ଷିଣ ସମୁଦ୍ର ତୀରରୁ, ସେଥିରେ ଏକ ସୁନ୍ଦରୀ କନ୍ୟା ଥୁଲା

ଜନକ ମହର୍ଷି ଭୂମିରୁ ପାଇଥିବା କନ୍ୟାର ନାମ କ’ଣ ରଖିଲେ ?

ଉତ୍ତର :  ସୀତା, ଯୋଜନଗନ୍ଧା, ବୈଦେହୀ

ସୀତା ଅନ୍ୟ କେଉଁ ନାମରେ ପରିଚିତ ହେଲେ ?

ଉତ୍ତର :  ଜାନକୀ, ମୈଥୁଳୀ

ଦଶରଥଙ୍କର ପୁତ୍ରେଷ୍ଟି ଅଶ୍ଵମେଧ ଯଜ୍ଞ କେତେବର୍ଷ ଧରି ଚାଲିଥୁଲା ?

ଉତ୍ତର :  ଏକବର୍ଷ ଧରି

ଜନକ ମହର୍ଷି ପୁତ୍ରେଷ୍ଟି ଯଜ୍ଞ କେଉଁ ବେଦ ମତେ ଅନୁଷ୍ଠିତ ହୋଇଥିଲା ?

ଉତ୍ତର :  ଅଥର୍ବ ବେଦ ମତେ

ପୁତ୍ରେଷ୍ଟି ଅଶ୍ଵମେଧ ଯଜ୍ଞରୁ ପ୍ରାପ୍ତ ଚରୁ ଋଷ୍ୟଶୃଙ୍ଗ କାହାକୁ ଦେଲେ ?

ଉତ୍ତର :  ରାଜା ଜନକଙ୍କୁ

ରାଜା ଜନକ ଚରୁକୁ ନେଇ କାହାକୁ ଦେଲେ ?

ଉତ୍ତର :  ରାଣୀ କୌଶଲ୍ୟାଙ୍କୁ ଏକ ଭାଗ ଓ ଅନ୍ୟ ଭାଗକୁ ରାଣୀ କୈକେୟୀଙ୍କୁ

ରାଣୀ ସୁମିତ୍ରା କାହାଠାରୁ ଚରୁ ପାଇଥିଲେ ?

ଉତ୍ତର :  କୌଶଲ୍ୟା ଓ କୈକେୟୀଙ୍କଠାରୁ

ଭଗବାନ ଶ୍ରୀରାମଚନ୍ଦ୍ର କେଉଁ ତିଥିରେ ଜନ୍ମ ହୋଇଥିଲେ ?

ଉତ୍ତର :  ଚୈତ୍ରମାସ, ଶୁକ୍ଳପକ୍ଷ ନବମୀ ତିଥିରେ

ଭଗବାନ ରାମଚନ୍ଦ୍ରଙ୍କର ରାଶି ନକ୍ଷତ୍ର କ’ଣ ଥିଲା ?

ଉତ୍ତର :  ପୁନର୍ବସୁ, କର୍କଟ

ରାଣୀ କୌଶଲ୍ୟାଙ୍କ ଦାସୀର ନାମ କ’ଣ ଥିଲା ?

ଉତ୍ତର :  ସୁଚାବର୍ରା

ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ କେଉଁ ଦିନ ଜନ୍ମ ହୋଇଥିଲେ ?

ଉତ୍ତର :  ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ

ଅଯୋଧ୍ୟାରେ ଯେଉଁଦିନ ଭଗବାନ ଶ୍ରୀରାମଚନ୍ଦ୍ର ଜନ୍ମଲାଭ କଲେ, ସେଦିନ ଲଙ୍କାରେ କି ଅଘଟଣ ଘଟିଥିଲା ?

ଉତ୍ତର :  ରାବଣଙ୍କର ମଥାରୁ ମୁକୁଟ ଖସି ପଡ଼ିଥିଲା, ବାମଅଙ୍ଗ କମ୍ପି ଉଠିଥିଲା, ଶୃଗାଳ କୁକୁର ରଡ଼ି ଛାଡ଼ିଥିଲେ, ଦିନରେ ପେଚା ରାବ ଦେଇଥିଲା, ମେଘ ନଥାଇ ବଜ୍ରପାତ ହୋଇଥିଲା । ଏମିତି ଅଶୁଭ ସବୁ ଦେଖା ଦେଇଥିଲା ।

ସୁଗ୍ରୀବଙ୍କର ପିତାଙ୍କ ନାମ କ’ଣ ଥିଲା ?

ସୁଷେଣ କିଏ ଥିଲେ ?

ଉତ୍ତର :  ଧନ୍ବନ୍ତରୀଙ୍କ ପୁତ୍ର

ନଳଙ୍କର ପିତା କିଏ ଥିଲେ ?’

ଉତ୍ତର :  ବିଶ୍ଵକର୍ମା

ଗନ୍ଧମାର୍ଦ୍ଦନ କିଏ ଥିଲେ ?

ଉତ୍ତର :  କୁବେରଙ୍କର ପୁତ୍ର

ହନୁମାନଙ୍କ ପିତା କିଏ ଥିଲେ ?

ଉତ୍ତର :  ପବନ

ରାଜା ଦଶରଥ କେତେବର୍ଷରେ ଶିକ୍ଷା ଆରମ୍ଭ କରିଥିଲେ ?

ଉତ୍ତର :  ନଅହଜାର ବର୍ଷ ବୟସରେ

ଭଗବାନ ଶ୍ରୀରାମ କେତେବର୍ଷରେ ଶିକ୍ଷା ଆରମ୍ଭ କରିଥିଲେ ?

ଉତ୍ତର :  ପାଞ୍ଚବର୍ଷ

ଶ୍ରୀରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କର ପ୍ରଥମ ଶିକ୍ଷାଗୁରୁ କିଏ ଥିଲେ ?

ଉତ୍ତର :  ବଶିଷ୍ଠ

ଦଶରଥଙ୍କର ପୁତ୍ରମାନେ କେଉଁ ବିଷୟରେ ଶିକ୍ଷା ପାଇଥିଲେ ?

ଉତ୍ତର :  ଅଭିଧାନ, ବ୍ୟାକରଣ, ଚାରିବେଦ, ନ୍ୟାୟଶାସ୍ତ୍ର, କାବ୍ୟ ଏବଂ ନାଟକଶାସ୍ତ୍ର ଇତ୍ୟାଦି ।

ଶ୍ରୀରାମ କେଉଁ ଅସ୍ତ୍ରଶସ୍ତ୍ର ବିଦ୍ୟା ଶିକ୍ଷା କରିଥିଲେ ?

ଉତ୍ତର :  ବାଟୁଳି, ଧନୁଶର ବିନ୍ଧିବା ଓ ମଲ୍ଲ ବିଦ୍ୟା ଇତ୍ୟାଦି ।

ଶିଶୁ ଅବସ୍ଥାରେ ଥିଲାବେଳେ ରାମ, ଲକ୍ଷ୍ମଣଙ୍କୁ କିଏ ମୃଣାଳ ଭିତରେ ଅମୃତ ଖାଇବାକୁ ଦେଇଥିଲେ ?

ଉତ୍ତର :  ଇନ୍ଦ୍ର

ରାମଚନ୍ଦ୍ର କେଉଁ ବାର ଜନ୍ମ ହୋଇଥିଲେ ?

ଉତ୍ତର :  ମଙ୍ଗଳବାର

ଗୃହକ ଶବର କିଏ ଥୁଲା ?

ଉତ୍ତର :  ଶୃଙ୍ଗବେରପୁର

ଗୃହକ ଶବରଙ୍କର ପୂର୍ବଜନ୍ମ କ’ଣ ଥୁଲା ?

ଉତ୍ତର :  ବଶିଷ୍ଠଙ୍କର ପୁତ୍ର ବାମଦେବ

ଶୃଙ୍ଗବେରପୁର ଶ୍ରୀରାମ କାହା ସହିତ ମିତ୍ରତା ସ୍ଥାପନ କରିଥିଲେ ?

ଉତ୍ତର :  ଗୁହକ ଶବର ସହିତ

ବିଶ୍ବାମିତ୍ର ଋଷିଙ୍କ ପିତା କିଏ ଥିଲେ ?

ଉତ୍ତର :  ଗାଧ୍

ମାରିଚ ଓ ସୁବାହୁ କିଏ ଥିଲେ ?

ଉତ୍ତର :  ଦୁଇ ରାକ୍ଷସ

ବିଶ୍ଵାମିତ୍ର ରାମଙ୍କୁ ନେବାପାଇଁ କାହିଁକି ଆସିଥିଲେ ?

ଉତ୍ତର :  ରାମଙ୍କ ଦ୍ଵାରା ରାକ୍ଷସକୁ ମାରି ଯଜ୍ଞରକ୍ଷା କରିବା ପାଇଁ

ଦଶରଥ ବିଶ୍ୱାମିତ୍ରଙ୍କ ହସ୍ତରେ ରାମଙ୍କୁ କାହିଁକି ଦେବା ପାଇଁ ମନା କଲେ

ଉତ୍ତର :  ଅନାଗତ ବିପଦ ଆଶଙ୍କା କରି

ରାବଣ କେଉଁ ବଂଶରେ ଜନ୍ମଲାଭ କରିଥିଲେ ?

ଉତ୍ତର :  ପୌଲସ୍ତ୍ୟ ବଂଶରେ

ଲୋପାମୁଦ୍ରା କେଉଁ ରାଜବଂଶର କନ୍ୟା ଥିଲେ ?

ଉତ୍ତର :  ବିଦର୍ଭ ଦେଶ ରାଜକନ୍ୟା

ଲୋପାମୁଦ୍ରାଙ୍କୁ କିଏ ବିବାହ କରିଥିଲେ ?

ଉତ୍ତର :  ଅଗସ୍ତି ଋଷି

ଅଗସ୍ତି ଋଷି ଲୋପାମୁଦ୍ରାଙ୍କୁ ନେଇ କେଉଁଠାରେ ବାସ କଲେ ?

ଉତ୍ତର :  ଗଙ୍ଗାନଦୀ କୂଳରେ

ଇଜ୍ଵଳ ଓ ବାତାପି କିଏ ?

ଉତ୍ତର :  ଦୁଇ ରାକ୍ଷସ

ବାତାପି ରାକ୍ଷସର ମାଂସ ଖାଇ କିଏ ଜୀର୍ଣ କରିଥିଲେ ?

ଉତ୍ତର :  ଅଗସ୍ତି ଋଷି

ତାଡ଼କା ଅସୁରୁଣୀର ପିତା କିଏ ?

ଉତ୍ତର :  ସୁକେତୁ ଯକ୍ଷର

ତାଡ଼କା କାହାକୁ ବିବାହ କରିଥିଲା ?

ଉତ୍ତର :  ସୁନ୍ଦକୁ

ସୁନ୍ଦ କିଏ ?

ଉତ୍ତର :  କମ୍ବୁ ସୁତ

ମାରୀଚ ଓ ସୁବାହୁ କିଏ ?

ଉତ୍ତର :  ଦୁଇ ଦୈତ୍ୟ ତାଡ଼କାର ପୁତ୍ର

ସୁନ୍ଦ ଦୈତ୍ୟକୁ କିଏ ବଧ କରିଥିଲା ?

ଉତ୍ତର :  ଅଗସ୍ତି

ତାଡ଼କା ରାକ୍ଷସୀକୁ କିଏ ବଧ କରିଥିଲେ ?

ଉତ୍ତର :  ଶ୍ରୀରାମ

ଭାବଣ ଅମର ବର କାହାଠାରୁ ପାଇଥିଲେ ?

ଉତ୍ତର :   ବ୍ରହ୍ମାଙ୍କଠାରୁ

କାହା ପରାମର୍ଶରେ ଦଶରଥ ରାମ-ଲକ୍ଷ୍ମଣଙ୍କୁ ବିଶ୍ଵାମିତ୍ରଙ୍କ ହାତରେ ଦେଲେ ?

ଉତ୍ତର :  ବଶିଷ୍ଠଙ୍କ ପରାମର୍ଶରେ

ରାମ ଲକ୍ଷ୍ମଣ କହି ଦଶରଥ ବିଶ୍ଵାମିତ୍ରଙ୍କ ହାତରେ କାହାକୁ ଦେଇଥିଲେ ?

ଉତ୍ତର :   ଭରତ ଓ ଶତୃଘ୍ନଙ୍କୁ

ବିଶ୍ଵାମିତ୍ର କିପରି ଜାଣିଲେ ଯେ ତାଙ୍କ ସାଥ୍‌ରେ ଛାଡ଼ିଥୁବା ବାଳକଦ୍ୱୟ ରାମ ଲକ୍ଷ୍ମଣ ନୁହନ୍ତି ବୋଲି ?

ଉତ୍ତର :  ପରୀକ୍ଷା କରି, ଧାନ ବଳରେ କିଛିଦୂର ଗଲାପରେ ରାମଙ୍କ ଶକ୍ତି ଭରତଳ ଠାରେ ପ୍ରକାଶ ପାଇନଥୁଲା ।

ରାମଙ୍କ ଶକ୍ତିକୁ ବିଶ୍ଵାମିତ୍ର ଋଷି କିପରି ପରୀକ୍ଷା କଲେ ?

ଉତ୍ତର :  ଅଳ୍ପ ସମୟ ଲାଗୁଥୁବା ବିପଦପୂର୍ଣ୍ଣ ରାସ୍ତାରେ ଯିବା ପାଇଁ କହିବାରୁ

ବିଶ୍ଵାମିତ୍ରଙ୍କଠାରୁ ଶ୍ରୀରାମ କେଉଁ ବିଦ୍ୟା ହାସଲ କରିଥିଲେ ?

ଉତ୍ତର :  ବଳା ଓ ଅତିବଳା

ବଳା ଓ ଅତିବଳା ବିଦ୍ୟାର ମହତ୍ତ୍ବ କ’ଣ ଥୁଲା ?

ଉତ୍ତର :  ଏହାଫଳରେ ପରିଶ୍ରମ ଜନିତ ଜ୍ଵର ହେବ ନାହିଁ । ୨, ଅସୁରମାନେ କ୍ଷତି ସାଧନା କରିପାରିବେ ନାହିଁ । ୩. ଏହା ପାଠ କଲେ କ୍ଷୁଧା, ତୃଷା ଲାଗିବ ନାହିଁ ।

କାମଦେବଙ୍କ ଆଶ୍ରମ କେଉଁଠାରେ ଥୁଲା ?

ଉତ୍ତର :  ଗଙ୍ଗାନଦୀର ସଙ୍ଗମ ସ୍ଥଳରେ

ଅଙ୍ଗ ରାଜ୍ୟ ନାମକରଣ କାହିଁକି ହୋଇଥୁଲା ?

ଉତ୍ତର :  ଶିବଙ୍କ କୋପରେ ଅନଙ୍ଗର ଅଙ୍ଗ ଧ୍ବଂସ ହୋଇଥିବାରୁ

ମାନସରୋବର କିଏ ସୃଷ୍ଟି କରିଥିଲେ ?

ଉତ୍ତର :  ବ୍ରହ୍ମା

ସରଯୁ ନଦୀ କେଉଁଠାରୁ ଉତ୍ପତ୍ତି ?

ଉତ୍ତର :  ମାନସରୋବରରୁ

କେଉଁ ଋଷି ମହାସମୁଦ୍ରକୁ ଚଳୁ କରି ଶୁଖାଇ ଦେଇଥିଲେ ?

ଉତ୍ତର :  ଅଗସ୍ତି

ଅଗସ୍ତି ଋଷିଙ୍କ ଆଶ୍ରମ କେଉଁଠାରେ ଥୁଲା ?

ଉତ୍ତର :  ଗଙ୍ଗାନଦୀ କୂଳରେ

ବୃତ୍ରାସୁରକୁ କିଏ ବଧ କରିଥିଲେ ?

ବୃତ୍ରାସୁରକୁ ବଧ କରିବା ପାଇଁ କେଉଁ ଋଷି ନିଜର ଅସ୍ଥି ଦାନ କରିଥିଲେ ?

ଉତ୍ତର :  ବଧୀଚି ଋଷି

ଦଧୀଚି ଋଷି କେଉଁଠାରେ ବାସ କରୁଥିଲେ ?

ଉତ୍ତର :  ସରସ୍ୱତୀ ନଦୀ କୂଳରେ

ଦଧୀଚି ଋଷିଙ୍କ ଅସ୍ଥିରେ କିଏ ବଜ୍ରାସ୍ତ ନିର୍ମାଣ କଲେ ?

ଉତ୍ତର :  ବିଶ୍ୱକର୍ମା

ଅଗସ୍ତି ରଖି ସମୁଦ୍ରକୁ ଚଳୁ କରି ଶୁଖାଇ ଦେଇଥିଲେ କାହିଁକି ?

ଉତ୍ତର :  ସମୁଦ୍ରରେ ଆତ୍ମଗୋପନ କରିଥିବା ବୃତ୍ରାସୁରର ସୈନ୍ୟବଳକୁ ସଂହାର କରିବା

ଋଷି ବିଶ୍ଵାମିତ୍ରଙ୍କଠାରୁ ରାମଚନ୍ଦ୍ର କେଉଁ ଅସ୍ତ୍ରସବୁ ପ୍ରାପ୍ତ ହୋଇଥିଲେ ?

ଉତ୍ତର :  ଦଣ୍ଡଚକ୍ର, କାଳଚକ୍ର, ଧର୍ମଚକ୍ର, ବରୁଣପାଶ, ବଜ୍ରଅସ୍ତ୍ର, ବିଷ୍ଣୁଚକ୍ର, ଇନ୍ଦ୍ରଚକ୍ର, ଶୈବଚକ୍ର, ଅଇଁଶିକା ବାଣ, ବ୍ରହ୍ମଅସ୍ତ୍ର, ଅଗ୍ନିଅସ୍ତ୍ର, ଧର୍ମପାଶ, କାଳପାଶ, ପାଶୁପତ, ଶୁଷ୍ମାସ୍ତ୍ର, ନାରାୟଣ ଅସ୍ତ୍ର, ବାୟବୀୟ ଅସ୍ତ୍ର, ହୟଶୀର ବାଣ, କଙ୍କାଳ ମୂଷଳ, କ୍ରୌଞ୍ଚ ଶରାସନ, ଚନ୍ଦନ ମହାସ, ବିଦ୍ୟାଧର କପାଳ, ଚନ୍ଦ୍ରବାଣ, ଗନ୍ଧର୍ବାସ୍ତ୍ର, ପ୍ରସ୍ତାପନ, ସନ୍ତାପନ ଅସ୍ତ୍ର, ଶୋଷଣ, ବିଳାପ ଅସ୍ତ୍ର, ମଦନ ବାଣ, ମୋହିନୀ ଶିଖରୀଗଦା, ସତ୍ୟବାଣ ଏତଦ୍‌ବ୍ୟତୀତ ଆହୁରି ଅନେକ ଅସ୍ତ୍ରଶସ୍ତ୍ର ।

ଭଗବାନ୍ ବାମନମୂର୍ତ୍ତି ଧାରଣ କରି କେବେ ଧରାପୃଷ୍ଠରେ ଅବତୀର୍ଣ ହୋଇଥିଲେ ?

ଉତ୍ତର :  ଭାଦ୍ର ଶୁକ୍ଳ ଦ୍ଵାଦଶୀ ତିଥିରେ

ବିଶ୍ଵାମିତ୍ର କେଉଁଠାରେ ଯଜ୍ଞ କରୁଥିଲେ ?

ଉତ୍ତର :  ସିଦ୍ଧାଶ୍ରମରେ

ବିଶ୍ଵାମିତ୍ରଙ୍କର ଯଜ୍ଞର କେଉଁ ଦିବସରେ ସୁବାହୁ ଓ ମାରୀଚ ବିଘ୍ନସୃଷ୍ଟି କରିବା ପାଇଁ ଆସିଥିଲେ ?

ଉତ୍ତର :  ଷଷ୍ଠ ଦିବସରେ

ସୁବାହୁ ଦୈତ୍ୟକୁ କିଏ ବଧ କରିଥିଲେ ?

ଉତ୍ତର :  ଶ୍ରୀରାମ

ଗୌତମ ଋଷିଙ୍କ ପତ୍ନୀ କିଏ ?

ଉତ୍ତର :  ଅହଲ୍ୟା

ଗୌତମ ଋଷିଙ୍କର ପ୍ରିୟ ଶିଷ୍ୟ କିଏ ଥିଲେ ?

ଉତ୍ତର :  ଇନ୍ଦ୍ର

ଇନ୍ଦ୍ର ଗୁରୁପତ୍ନୀ ଅହଲ୍ୟାଙ୍କୁ କେଉଁ ରୂପରେ ହରଣ କରିଥିଲେ ?

ଉତ୍ତର :  ଗୌତମଙ୍କ ଛଦ୍ମ ରୂପରେ

ଗୌତମ ଋଷି ଇନ୍ଦ୍ରଙ୍କୁ କି ଅଭିଶାପ ଦେଇଥିଲେ ?

ଉତ୍ତର :  ଦେହଯାକ ଯୋନି ହେଉ ବୋଲି

ଗୌତମ ଋଷି ଅହଲ୍ୟାଙ୍କୁ କେଉଁ ଅଭିଶାପ ଦେଲେ ?

ଉତ୍ତର :  ପାଷାଣ ହୁଅନ୍ତୁ ବୋଲି

ଅଭିଶପ୍ତା ପାଷାଣୀ ଅହଲ୍ୟାଙ୍କୁ କିଏ ଉଦ୍ଧାର କରିଥିଲେ ?

ଉତ୍ତର :  ଶ୍ରୀରାମଚନ୍ଦ୍ର

ଶୋଣ ନ‌ଦୀର ଅନ୍ୟ ନାମ କ’ଣ ?

ଉତ୍ତର :  ମାଗଧୀ

ଜନକ ପୂର୍ବ ଜନ୍ମରେ କିଏ ଥିଲେ ?

ଉତ୍ତର :  ଗାଧୀ

ଗାଧୀଙ୍କର ପିତା କିଏ ଥିଲେ ?

ଉତ୍ତର :  କୁଶନାଭ

ମେରୁ ପର୍ବତର କନ୍ୟା କିଏ ?

ଉତ୍ତର :  ମେନା

ଗଙ୍ଗା ଓ ଗୌରୀ ସମ୍ପର୍କରେ କ’ଣ ହୁଅନ୍ତି ?

ଉତ୍ତର :  ଦୁଇ ଭଉଣୀ, ହିମାଳୟ କନ୍ୟା

ବୈକୁଣ୍ଠପୁରରେ ବିଷ୍ଣୁପ୍ରିୟା କିଏ ?

ଉତ୍ତର :  ଲକ୍ଷ୍ମୀ, ସରସ୍ଵତୀ, ଗଙ୍ଗା

ଜନକ ରାଜାଙ୍କର ପିତା କିଏ ଥିଲେ ?

ଉତ୍ତର :  ହସ୍ଵରୋମା

କୁଶଧ୍ୱଳ କିଏ ?

ଉତ୍ତର :  ରାଜା ଜନକଙ୍କର କନିଷ୍ଠଭ୍ରାତା

କୁଶଧ୍ୱଜ କେଉଁ ରାଜ୍ୟର ରାଜା ଥିଲେ ?

ଉତ୍ତର :  ଶାଙ୍କାସ୍ୟ ନଗରୀର

କୈକେୟୀଙ୍କ ଭାଇଙ୍କ ନାମ କ’ଣ ?

ଉତ୍ତର :  ଯୁଧାଜିତ

ଲକ୍ଷ୍ମଣ କାହାକୁ ବିବାହ କରିଥିଲେ ?

ଉତ୍ତର :  ଊର୍ମିଳାଙ୍କୁ

ଭରତ କାହାକୁ ବିବାହ କରିଥିଲେ ?

ଉତ୍ତର :  ମାଣ୍ଡବୀଙ୍କୁ

ଶତ୍ରୁଘ୍ନ କାହାକୁ ବିବାହ କରିଥିଲେ ?

ଭଗବାନ ପର୍ଶୁରାମଙ୍କର ପିତା କିଏ ଥିଲେ ?

ଉତ୍ତର :  ଜମଦଗ୍ନି

ପର୍ଶୁରାମ କେଉଁ ପର୍ବତରେ ତପସ୍ୟା କରୁଥିଲେ ?

ଉତ୍ତର :  ମହେନ୍ଦ୍ର ପର୍ବତରେ

ପର୍ଶୁରାମଙ୍କର ଗୁରୁ କିଏ ଥିଲେ ?

ଉତ୍ତର :  ଶିବ

ଗଙ୍ଗାଙ୍କୁ ମର୍ତ୍ତ୍ୟରେ ନଦୀ ରୂପେ ବ‌ହିବା ପାଇଁ କିଏ ଅଭିଶାପ ଦେଇଥିଲେ ?

ଉତ୍ତର :  ସରସ୍ଵତୀ

ସରସ୍ଵତୀ ରାଗରେ ଲକ୍ଷ୍ମୀଙ୍କୁ ବୃକ୍ଷ ରୂପେ ମର୍ତ୍ତ୍ୟରେ ଜନ୍ମ ହେବା ପାଇଁ ଅଭିଶାପ ଦେଇଥିଲେ, ଲକ୍ଷ୍ମୀରୂପୀ ମର୍ତ୍ତ୍ୟରେ ସେ ବୃକ୍ଷଟି କିଏ ?

ଉତ୍ତର :  ତୁଳସୀ

ଲକ୍ଷ୍ମୀ ଓ ଗଙ୍ଗା ସରସ୍ଵତୀଙ୍କୁ କେଉଁ ଅଭିଶାପ ଦେଇଥିଲେ ?

ଉତ୍ତର :  ପୃଥ‌ିବୀରେ ସରସ୍ୱତୀ ନଦୀ ହୋଇ ବହିଯିବା ପାଇଁ

ପ୍ରଶ୍ନ  : ସଗର କେଉଁ ବଂଶର ରାଜା ଥିଲେ ?

ଉତ୍ତର : ଅଯୋଧ୍ୟା

ସଗର ରାଜାଙ୍କର ପତ୍ନୀ କିଏ ?

ଉତ୍ତର : କେଶନୀ ଓ ସୁମତୀ

ସଗରଙ୍କର ଷାଠିଏ ହଜାର ପୁତ୍ର ହେବା ପାଇଁ କେଉଁ ଋଷି ବର ଦେଇଥିଲେ ?

ଉତ୍ତର : ଭୃଗୁ ଋଷି

ସଗରଙ୍କର କେଉଁ ପତ୍ନୀ ଷାଠିଏ ହଜାର ପୁତ୍ର ପାଇଁ ବର ମାଗିଥିଲେ ?

ଉତ୍ତର : ସୁମତୀ

ସଗରଙ୍କର ପ୍ରଥମ ପତ୍ନୀ କେଶନୀଙ୍କର ପୁତ୍ର କିଏ ?

ଉତ୍ତର : ଅସମଞ୍ଜନ

ସଗରଙ୍କର ଷାଠିଏ ହଜାର ପୁତ୍ରଙ୍କୁ କିଏ ଧ୍ୱଂସ କରିଥିଲେ ?

ଉତ୍ତର : କପିଳ ମୁନି

ଅଂଶୁମାନ କିଏ ?

ଉତ୍ତର : ସଗରଙ୍କ ନାତି

ସାଗର  ଗଙ୍ଗାଙ୍କୁ ଆଣିବା ପାଇଁ କେତେବର୍ଷ ତପସ୍ୟା କରିଥିଲେ ?

ଉତ୍ତର :  ତିରିଶ ସହସ୍ର ବର୍ଷ

ଦିଲୀପ କିଏ ?

ଉତ୍ତର :  ସାଗର ଅଂଶୁମାନଙ୍କ ପୁତ୍ର

ଦିଲୀପଙ୍କର ପୁତ୍ର କିଏ ?

ଉତ୍ତର :  ଭଗୀରଥ

ଭଗୀରଥଙ୍କର ଶିକ୍ଷାଗୁରୁ କିଏ ?

ଉତ୍ତର :  ବଶିଷ୍ଠ

ମର୍ତ୍ତ୍ୟକୁ ଗଙ୍ଗାକୁ ଆଣିବା ପାଇଁ ଭଗୀରଥ କେଉଁ ଦେବତାଙ୍କର ଶରଣାପନ୍ନ ହୋଇଥିଲେ ?

ଉତ୍ତର :  ଇନ୍ଦ୍ର, ଶିବ ଓ ବିଷ୍ଣୁଙ୍କର

ମର୍ତ୍ତ୍ୟକୁ ଗଙ୍ଗାକୁ କିଏ ଅବତରଣ କରାଇଥିଲେ ?

ଉତ୍ତର :  ଭଗୀରଥ

ସରସ୍ଵତୀ, ଗଙ୍ଗା ଓ ଯମୁନା ଯେଉଁଠାରେ ଏକତ୍ରିତ ହୋଇଛନ୍ତି ସେ ସ୍ଥାନକୁ କ’ଣ କୁହାଯାଏ ?

ଉତ୍ତର :  ତ୍ରିବେଣୀ

ଗଙ୍ଗାର ଅନ୍ୟ ନାମ କ’ଣ ?

ଉତ୍ତର :  ତ୍ରିପଥାଗା, ଜାହ୍ନବୀ, ଭାଗିରଥ୍

ବିଶ୍ଵାମିତ୍ରଙ୍କର ତିନି ପୁତ୍ରଙ୍କ ନାମ କ’ଣ ?

ଉତ୍ତର :  ହବିସ୍ୟନ୍ଦ, ମଧୁସ୍ୟନ୍ଦ, ଦୃଢ଼ନେତ୍ର

ବିଶ୍ୱାମିତ୍ର ଋଷି କାହିଁକି ସ୍ମରଣୀୟ ?

ଉତ୍ତର :  ନୂଆ ସୃଷ୍ଟି ସର୍ଜନା କରିଥିବାରୁ

ବଶିଷ୍ଠଙ୍କର ସମସ୍ତ ପୁତ୍ରମାନଙ୍କୁ କିଏ ହତ୍ୟା କରିଥିଲେ ?

ଉତ୍ତର :  ବିଶ୍ଵାମିତ୍ର

ଦୁର୍ବାସାଙ୍କର କନ୍ୟା କିଏ ଥିଲେ ?

ଉତ୍ତର :  ଶକୁନ୍ତଳା

ଅପ୍‌ସରା ମେନକା କାହାକୁ ବିବାହ କରିଥିଲେ ?

ଉତ୍ତର :  ଦୁର୍ବାସାଙ୍କୁ

ପାଷାଣ ହେବା ପାଇଁ ରମ୍ଭାଙ୍କୁ କିଏ ଅଭିଶାପ ଦେଇଥିଲେ ?

ଉତ୍ତର :  ଦୂର୍ବାସା

କାହାର ଅନୁମୋଦନ ଲାଭ କରି ରାଜର୍ଷି ଦୁର୍ବାସା ବ୍ରହ୍ମର୍ଷି ହୋଇଥିଲେ ?

ଉତ୍ତର :  ବଶିଷ୍ଠଙ୍କର

ଶ୍ରୀରାମଚନ୍ଦ୍ର କେଉଁ ଧନୁ ଭାଙ୍ଗି ସୀତାଙ୍କୁ ଲାଭ କରିଥିଲେ ?

ଉତ୍ତର :  ଶିବଧନୁ

ଶିବଧନୁ ଭାଙ୍ଗିବାକୁ ଆସି ପୃଥ‌ିବୀର ତିନି ଜଣ ଶ୍ରେଷ୍ଠବୀର ହାରିଯାଇ ଲଜ୍ଜାରେ ପଳାଇଥିଲେ, ସେମାନେ କିଏ ଥିଲେ ?

ଉତ୍ତର :  ରାବଣ, ବାଣାସୁର ଓ ପର୍ଶୁରାମ

ଅଯୋଧ୍ୟାର ପ୍ରଥମ ରାଜା କିଏ ଥିଲେ ?

ମାନ୍ଧାତାଙ୍କର ପିତା କିଏ ଥିଲେ ?

ଉତ୍ତର :  ଯୁବନାଶ୍

ମାନ୍ଧାତା କିପରି ଜନ୍ମଲାଭ କରିଥିଲେ ?

ଉତ୍ତର :  ଯୁବନାଶ୍‌ଙ୍କର ବାମପାର୍ଶ୍ୱ ଚିରି ପୁତ୍ର ନିର୍ଗତ ହୋଇଥିଲା

ରାମଙ୍କର ଶ୍ରେଷ୍ଠ ଅନୁଗତ କିଏ ଥିଲେ ?

ଉତ୍ତର :  ଲକ୍ଷ୍ମଣ

ଭରତଙ୍କର ଅନୁଗତ କିଏ ଥିଲେ ?

ଉତ୍ତର :  ଶତ୍ରୁଘ୍ନ

ସମ୍ବରାସୁର ସହିତ ଯୁଦ୍ଧ ସମୟରେ ଦଶରଥଙ୍କ ରଥର ସାରଥ୍ କିଏ ଥିଲେ ?

ଉତ୍ତର :  କୈକେୟୀ

‘ରାମ ବନବାସ ଯାଆନ୍ତୁ, ଭରତ ରାଜ୍ୟର ରାଜା ହୁଅନ୍ତୁ’ ଏ କୁପରାମର୍ଶ କୈକେୟୀଙ୍କୁ କିଏ ଦେଇଥିଲେ ?

ଉତ୍ତର :  ମନ୍ଥରା

ତିନି ରାଣୀଙ୍କ ମଧ୍ୟରୁ ଦଶରଥ କେଉଁ ରାଣୀଙ୍କୁ ଅଧିକ ଭଲ ପାଉଥିଲେ ?

ଉତ୍ତର :  କୈକେୟୀଙ୍କୁ

କୈକେୟୀ ଦଶରଥଙ୍କ କେଉଁ ବର ମାଗିଥିଲେ ?

ଉତ୍ତର :  ରାମ ଚଉଦ ବର୍ଷ ପାଇଁ ବନବାସ ଯାଆନ୍ତୁ,

୨. ଭରତ ଅଯୋଧ୍ୟାର ରାଜା ହେଉ ।

Related Post