ଈଶ୍ବରୀମୂଳ ଔଷଧଗୁଣ ବିସ୍ତୃତି ବର୍ଣ୍ଣନା

ଈଶ୍ବରୀମୂଳ ଔଷଧଗୁଣ ବିସ୍ତୃତି ବର୍ଣ୍ଣନା

ଆରିଷ୍ଟୋଲୋକିଆସି

ବୈଷୟିକ ନାମ – Aristolochia Indica L

ଭାରତୀୟ ନାମ –

ସଂସ୍କୃତ – ଈଶ୍ବରୀମୂଳ

ଓଡ଼ିଆ – ଈଶ୍ବରୀମୂଳ

ବଙ୍ଗଳା – ଈଶ୍ବରୀମୂଳ

ତେଲୁଗୁ – ଗୁଟାଙ୍ଗାଦାରା

ହିନ୍ଦୀ – ଈଶ୍ବରୀ

ବ୍ୟବସାୟିକ ନାମ ସାଧାରଣ ଇଂରାଜୀ ନାମ ଓ ବୈଜ୍ଞାନିକ ବା ବୈଷୟିକ ନାମରୁ ଆସିଛି ।

ବର୍ଣ୍ଣନା-ଏହା ଗୋଟିଏ ମହାଲତା । କାଣ୍ଡର ତଳ ଅଂଶ ଟାଣ । ଉପରକୁ ଲତାଟି ନରମ ଓ ମୂଳ ଅଂଶଟି କାଠୁଆ । ପତ୍ରଗୁଡ଼ିକ ନାନା ଆକାରର ଅଟେ । ପତ୍ର ସରୁ ଓ ରେଖାକାର ବା ଓଲଟ ଅଣ୍ଡାକୃତି ଅଟେ । ଫୁଲଗୁଡ଼ିକ ଛୋଟ ଛୋଟ ଓ ପେନ୍ଥାରେ ଥାଏ । ରଙ୍ଗ ସବୁଜ-ଧଳା ଅଟେ । ଫୁଲ ପେନ୍ଥାଗୁଡ଼ିକ ପତ୍ର କକ୍ଷରେ ଥାଏ । ଫୁଲ ଫୁଟିଗଲେ ବାଇଗଣି ରଙ୍ଗର ହୁଏ । ଏହା ତୂରୀ ଆକାରର ଅଟେ । ଫଳ ୫ ସେ.ମି. ଲମ୍ୱର ହୁଏ । ଏଗୁଡ଼ିକ ଲମ୍ବାଳିଆ । ଏହା ଛଅଟି କପାଟ (valve) ଦ୍ବାରା ବିଭକ୍ତ।

ବିସ୍ତୃତି- ଭାରତର ସବୁ ଜାଗାରେ ଏହା ପ୍ରାୟ ଦେଖାଯାଏ । ପାହାଡ଼ର ତଳଭାଗରେ ଓ ସମତଳ ଅଞ୍ଚଳରେ ଏହା ମିଳେ । ଭାରତର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଏହା ବହୁ ପରିମାଣରେ ଦେଖାଯାଏ ।

ଔଷଧଗୁଣ- ଶୁଖୁଲା ଡାଳ ଓ ଚେରରୁ ଔଷଧ ମିଳିଥାଏ । ଏହି ଔଷଧ୍ କମ୍ ପରିମାଣରେ ବ୍ୟବ‌ହାର କରିବା କଥା । ଅଳ୍ପ ପରିମାଣରେ ସେବନ କଲେ ଏହା ହଜମକ୍ରିୟାରେ ସାହାଯ୍ୟ କରେ । ଟନିକ୍ ଭାବରେ ବ୍ୟବ‌ହାର ମଧ୍ୟ କରାଯାଏ । ସ୍ତ୍ରୀଲୋକମାନଙ୍କ ଋତୁସ୍ରାବ ଏହାଦ୍ବାରା ନିୟନ୍ତ୍ରିତ ହୁଏ । ଔଷଧ ପରିମାଣ ଅଧିକ ହେଲେ ଖରାପ । ପରିମାଣ ଅଧିକ ହେଲେ ପାକନଳୀରେ ଅସହ୍ୟ ଯନ୍ତ୍ରଣା ହୁଏ ଏବଂ ଅଧିକ ପରିମାଣରେ ବାନ୍ତି ହୁଏ । ଗର୍ଭବତୀ ସ୍ତ୍ରୀମାନଙ୍କର ଗର୍ଭପାତ ମଧ୍ୟ ହୋଇପାରେ । ଗୁଦାରେ ମଧ୍ୟ ଯନ୍ତ୍ରଣା ହୁଏ । ତେଣୁ ଏହି ଔଷଧର ପରିମାଣ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଠିକ୍ କରିବା ଉଚିତ ।

ଏହି ଔଷଧ ଏକ ଉତ୍ତେଜକ ଭାବେ ବ୍ୟବହୃତ ହୁଏ । ଅତିମାତ୍ରାରେ ଜ୍ଵର ହେଲେ ମଧ୍ୟ ଏହା ଦିଆଯାଏ ଓ ସୁଫଳ ମିଳେ। ଉଚ୍ଚ ରକ୍ତଚାପ ରୋଗରେ ମଧ୍ଯ ଏହା ଦିଆଯାଏ ।

ନାମ ଅନ୍ୟ ଜାତିର ଗଛ – ଧୂମ୍ରପତ୍ର (ଓଡ଼ିଆ) ନାମକ ଆଉ ଏକ ଜାତିର ଗଛ ଅଛି । ତାହାର ବୈଷୟିକ ହେଉଛି ଆରିଷ୍ଟୋଲୋକିଆ ବ୍ରାଡ଼ିଓଲାଟା (Aristolochia_Bractiolata_Lamb)-। ଏହାକୁ ସଂସ୍କୃତରେ ଧୂମ୍ରପତ୍ର ମଧ୍ଯ କହନ୍ତି । ହିନ୍ଦୀରେ କିରାମର, ତେଲଗୁରେ ଓ କନ୍ନଡ଼ରେ କାଲାଗୁର୍କି କହନ୍ତି । ଏହା କୃଷ୍ଣକାର୍ପାସ ମୂଭିକା ଅଞ୍ଚଳରେ ହୁଏ । ଏଥିରେ କୃମି ଭଲ ହୁଏ । ଏହି ପତ୍ର ସିଝାଇ ସେହି ପାଣିରେ ପଚା ଘା’କୁ ଧୋଇଲେ ଘା’ ଭଲ ହୁଏ ।

Related Post