smarteduguide.com
  • Home
  • Lyrics
  • Bhabiba Agaru odia lyrics

Bhabiba Agaru odia lyrics

by Arpita Jena Apr 15, 2026

Bhabiba Agaru odia lyrics

ଭାବିବା ଆଗରୁ ମୁଁ ପାଖରେ ଥିବି, ଖୋଜିବା ଆଗରୁ ମୁଁ ପହଞ୍ଚିଯିବି
ତୋତେ ଥରେ ପାଇଗଲେ, କିଛିଦିନ ବଞ୍ଚିଯିବି
ଶୋଇବା ଆଗରୁ ମୁଁ ସ୍ଵପ୍ନରେ ଥିବି, ଉଠିବା ଆଗରୁ ମୁଁ ସାମନାରେ ଥିବି
ତୋତେ ଥରେ ପାଇଗଲେ, କିଛିଦିନ ବଞ୍ଚିଯିବି
ଭାବିବା ଆଗରୁ ମୁଁ ପାଖରେ ଥିବି, ଖୋଜିବା ଆଗରୁ ମୁଁ ପହଞ୍ଚିଯିବି

ଆଖି ତଳେ ଲାଖିଛି ମୁଁ, କଜଳଗାରରେ, ଗାରରେ
ପାଦ ତଳେ ରହିଛି ମୁଁ, ଅଳତାଧାରରେ, ଧାରରେ
ଯେତେବେଳେ ଖୋଜିବୁ ତୁ, ମୋତେ ରେ ମେଘରେ, ମେଘରେ
ମହକରେ ପାଇବୁ ତୁ ପାଖରେ ପାଖରେ, ପାଖରେ
ଝୁଣ୍ଟିବା ଆଗରୁ ତୁ, ଧରି ମୁଁ ନେବି , ଥକିବା ଆଗରୁ ତୁ ଛାଇ ମୁଁ ହେବି
ହାତ ଥରେ ଧରିନେଲେ କିଛିବାଟ ଚାଲିଯିବି
ଭାବିବା ଆଗରୁ ମୁଁ ପାଖରେ ଥିବି, ଖୋଜିବା ଆଗରୁ ମୁଁ ପହଞ୍ଚିଯିବି

ସକାଳରେ ଲାଖିଛି ମୁଁ କାକର ଟୋପାରେ, ଟୋପାରେ
ସଞ୍ଜବେଳେ ରହିଛି ମୁଁ ନରମ ଶୀତରେ, ଶୀତରେ
ଥରେ ଥରେ ଭାବୁଛି ମୁଁ କହିବି ତୋତେ ରେ, ତୋତେ ରେ
ଆଜି ଯାଏଁ ଜିଇଁଛି ମୁଁ ତୋ ପାଇଁ ସାଥି ରେ, ସାଥି ରେ
ରାଗିବା ଆଗରୁ ମୁଁ ମନେଇ ନେବି, ରୁଷିବା ଆଗରୁ ମୁଁ ହସେଇ ଦେବି
କଥା ଥରେ ଦେଇଦେଲେ ପାଖେପାଖେ ରହିଯିବି
ଭାବିବା ଆଗରୁ ମୁଁ ପାଖରେ ଥିବି, ଖୋଜିବା ଆଗରୁ ମୁଁ ପହଞ୍ଚିଯିବି

Tags: Bhabiba Agaru odia lyrics
Previous Article ଯେତେବେଳେ ମଣିଷଙ୍କର ଲାଙ୍ଗୁଡ଼ ଥିଲା ଓଡ଼ିଆ ଗଳ୍ପ
Next Article BMTC Bus Routes and Numbers and Timings

©smarteduguide.com