Jaga Re Odia Jaganath Bhajan Lyrics
Jaga Re Odia Jaganath Bhajan Lyrics
Odia Jaganath Bhajan Song “Jaga Re”.This Song is Produced by Aloka Bala Sahoo , Sung by Sourav Bharadwaj Lyricist: Pankaj Behera (Pinto) Music composer: Malaya Rout

Lyrics
ମୋ ଜଗା ରେ…..
ଯେବେ ମୁଁ ଆଖି ଖୋଲି ଥାଏ..
ତତେ ହିଁ ତତେ ପାଇ ଥାଏ…
ଜଗା,ତୋ ବିନା ଏ ଜୀବନଟା…
ମତେ ଅଧା କାଇଁ ଲାଗିଥାଏ….
ହାତ ତୋ ବଢେଇ ଦେ..ଦୁଃଖ ମୋ କୋଳେଇ ନେ…
ଜାଗା ଦେ ତୋ ପାଖରେ…
ଜଗା ରେ, ମୋ ଜଗା ରେ…
ତୋ ହସ ଟିକେ ଦେଖିବାକୁ ମୋ ମନ ଝୁରେ……
ଜଗା ରେ, ଜଗା ରେ….
କି ଯାଦୁ ଅଛି କହ ତୋ ଚକା ଆଖିରେ…….
ଅନ୍ତରା -୧
ତୋ ଚକା ଆଖିରେ ଆଖି ମୋ ମିଶିଲେ ଆଖିରେ ଆଖିଏ ଲୁହ…
ସେ ଲୁହ ବିନ୍ଦୁରେ ଛଳ ଛଳ ହୁଏ ତୋହରି ସୁନ୍ଦର ମୁହଁ….
ଛପନ ପ୍ରକାର ତୁ ବସି ଖାଉଛୁ ନିଇତି ଅବଢ଼ା ପ୍ରସାଦ…
ମୁଠାଏ ପଖାଳ ମୁଁ ଖାଇବାକୁ ଜଗା ଛିଡି ଯାଏ ମୋ ପାଦ…
ଭବ୍ୟ ତୁଳସୀ ଟେ, କରିଦେ ରେ ମତେ….
ଝୁଲୁ ଥିବି ତୋ ଗଳାରେ…
ଜଗା ରେ, ମୋ ଜଗା ରେ….
ତୋ ହସ ଟିକେ ଦେଖିବାକୁ ମୋ ମନ ଝୁରେ……
ଜଗା ରେ, ମୋ ଜଗା ରେ….
କି ଯାଦୁ ଅଛି କହ ତୋ ଚକା ଆଖିରେ…….
ଅନ୍ତରା -୨
ତୋ ରଥ ଦୋଉଡ଼ି, ପାରେ ନାହିଁ ଛୁଇଁ, ଏମିତି ଅଭାଗା ମୁଂଜେ….
ଏ ପାପି ଆଖିକୁ, ପାପ ହରିବାକୁ, ନନ୍ଦୀ ଘୋଷ ଖାଲି ଖୋଜେ….
ମିଛ ମିଛ ମିଛ ଦୁନିଆ ଟା ମିଛ ତୁହି ମୋର ଆପଣାର ।
ଜୀବନଟା ଆଜି ଭସା ମେଘ ସାଜି କରି ଦିଏ ମତେ ପର ।
ତୋହରି ବଡ ଦାଣ୍ଡେ, ତୋ ରଥ ଚକ ତଳେ,
ପ୍ରାଣ ମୋ ଯାଉ ଶାନ୍ତି ରେ….
ଜଗା ରେ, ମୋ ଜଗା ରେ….
ତୋ ହସ ଟିକେ ଦେଖିବାକୁ ମୋ ମନ ଝୁରେ……
ଜଗା ରେ, ମୋ ଜଗା ରେ….
କି ଯାଦୁ ଅଛି କହ ତୋ ଚକା ଆଖିରେ…….
