Jaga To Kala Ranga Lyrics Sourav Bharadwaj
Jaga To Kala Ranga Lyrics Sourav Bharadwaj

ଜଗା ତୋର ସେ କଳା ରଙ୍ଗ
ଲାଗେ କେତେ ଯେ ସୁନ୍ଦର
ଜଗା ତା ‘ଠାରୁ ସୁନ୍ଦର ଲାଗେ
ତୋର ନାଲି ଅଧର ( ୨ )
ତୋ କଳା ମୁହଁକୁ ଥରେ ଦେଲେ ଚାହିଁ
ଜୀବନର ଯେତେ ଦୁଃଖ
ସବୁ ଯାଏ ଉଭେଇ
ଜଗା ତୋରି ପ୍ରେମରେ ମନ ମର ଏତେ ବିଭୋର
ଜଗା ତୋର ସେ କଳା ରଙ୍ଗ
ଲାଗେ କେତେ ଯେ ସୁନ୍ଦର
ଜଗା ତା ‘ଠାରୁ ସୁନ୍ଦର ଲାଗେ
ତୋର ନାଲି ଅଧର
*** *** *** ***
କଳା ଭଅଁର ପରି ତୋ ଆଖି
ତୋ ବାଙ୍କ ଚାହାଣୀ
ସେ ଚାହାଣୀ ରେ ଭକତ ଙ୍କୁ
କରୁ ଏମିତି ଗୁଣି l
ତୋ ପାଟ ପିତାମ୍ବରୀ ବେଶ
ତୋ ମୋହନ ବଂଶୀ
ସେ ବଂଶୀ ସ୍ୱର ଶୁଣିବାକୁ
ଆଉ ରାଧା କି ଅଛି l
ଜଗା ତୋର ସେ ମୋହନ ବଂଶୀ
ଦିଏ କେତେ ଯେ ଆନନ୍ଦ
ଜଗା ତା’ଠାରୁ ଆନନ୍ଦ ଦିଏ
ତୋ ଗୀତ ଗୋବିନ୍ଦ
ଅଧା ଗୋଡା ହେଇ ଲାଗୁ
ତୁ ପୂର୍ଣ୍ଣ ମୂରତି
ତୁ ଆରମ୍ଭ ତୁ ହିଁ ଅନ୍ତ
ତ’ଠୁ ସବୁ ସୃଷ୍ଟି
ଜଗା ତୋରି ସାଥିରେ ଭେଟିବା ପାଇଁ
ମନ ଅସ୍ଥିର…
ଜଗା ତୋର ସେ କଳା ରଙ୍ଗ
ଲାଗେ କେତେ ଯେ ସୁନ୍ଦର
ଜଗା ତା ‘ଠାରୁ ସୁନ୍ଦର ଲାଗେ
ତୋର ନାଲି ଅଧର …..
*** *** *** ***
ରାଜ ପ୍ରସାଦ ଠୁ ବଡ
ତୋ ଶିରି ମନ୍ଦିର
ତୁ ଜଗତର ପରା ରାଜା
ମୋ କଳା ଠାକୁର
ତୁ ଭକତ ପାଇଁ ଖୋଲିଛୁ
ତୋ ଆନନ୍ଦ ବଜାର
ହେଲେ ଚୋରି କରୁଥିଲୁ କାହିଁ
କହ ଲବଣି ସର
ଜଗା ତୋର ସେ ଲବଣି ସର
ଲାଗେ କେତେ ଯେ ମଧୁର
ଜଗା ତା’ ଠାରୁ ମଧୁର ଲାଗେ
ଅବଡା ନିର୍ମାଲ୍ୟ
ତୁ ଭାବ ବୁଝୁ ବୋଲି
ତୋ ନା ଭାବ ଗ୍ରାହୀ
ତୋରି ନାମ ତୁଣ୍ଡେ ନେଲେ
କୋଟି ପୁଣ୍ୟ ମିଳଇ
ଜଗା ତୋରି ଆଶିସେ ଭଲରେ ଥାଉ
ବିଶ୍ୱ ସଂସାର
ଜଗା ତୋର ସେ କଳା ରଙ୍ଗ
ଲାଗେ କେତେ ଯେ ସୁନ୍ଦର
ଜଗା ତା ‘ଠାରୁ ସୁନ୍ଦର ଲାଗେ
ତୋର ନାଲି ଅଧର …..
