Jagatare Paibuni Emiti Thakura Tie Lyrics

Jagatare Paibuni Emiti Thakura Tie Lyrics

Songs : Jagatare Paibuni Emiti Thakura Tie
Singer : Satyajit Pradhan
Lyrics : Dr.Nirmal Nayak
Music Director : Malaya Mishra

Jagatare Paibuni Emiti Thakura Tie Lyrics

ଆକାଶ ପଡୁଛି ଖସି…
ଫାଟିଯାଏ ଛାତି…
ମହୋଦଧି ବାହୁନୁଚି…
ମଥା ପିଟି ପିଟି…..
ଚାରିଗୋଟି ମେଘଙ୍କର ବିକଳ ରଡି…
ଲାଗେ ମହା ପ୍ରଳୟକି ଆସୁଛି ମାଡି
ଭକତ ନେହୁରା ହୁଏ ହାତକୁ ଯୋଡି
ନିଅନାହିଁ ସିଏ ମୋର ମାଣିକ ପେଡି
ତାଙ୍କୁ ନ ଦେଖିଲେ ଫୁଟିଯିବ
ଆମ ବେନି ନେତ୍ର….
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଗାଆନ୍ତି ଯାର ସ୍ତବକ…
ସିଏ ଆଜି ଜଳି ଜଳି ହୂଏରେ ଖଣ୍ଡେ ପାବକ
କୋଟି କୋଟି ଭକତଙ୍କ ଯିଏ ଅତୁଟ ବିଶ୍ୱାସ
ସେ ଆଜି ଛାଡୁଛି ଦେହ ନିଏରେ ଶେଷ ନିଶ୍ୱାସ
ନିଅତିର ଏକି ସତେ ବିଚିତ୍ର ଖେଳ
ବିଧାତାର ଭାଗ୍ୟ ଆଜି ହୀନ କପାଳ
ତୁଟିଯାଏ ଓଡ଼ିଆର ସାହସ ବଳ
ଫାଟିଯାରେ ଛାତି ତୁରେ ହେଇ ଦି ଫାଳ
ପ୍ରଭୁ ବିନା କହ କେମିତି ବଞ୍ଚିବ ଆଜି ଭକ୍ତ..
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ

ଭକତର ଆତ୍ମା ତୁହି ତୁ ପରା ଜୀବନ ଧନ
କେମିତିରେ ତୁଟେଇବୁ ତା ସାଥେ ମାୟା ବନ୍ଧନ
ଯେଉଁ ବ୍ରହ୍ମ କେବେ କାଳେ ଦେଖିନି ତିନି ଭୁବନ
ମିଳିଗଲା ଭକତକୁ ଆଜି ସେ ବ୍ରହ୍ମ ସନ୍ଦାନ..
ଝରିଲାକି ମେଘମାଳା ଭକତି ରସ..
ମେଣ୍ଟିଗଲା ଲାଗେ ସତେ ଚାତକ ଶୋଷ
ରଂକୁଣା ହାତରେ ଆଜି କୁବେର ଧନ
ଗାଉଛି ଆକାଶ ମାଟି ଗାଏ ପବନ…
ଭକ୍ତ ଭଗବାନ ମିଳନ ର ଏଇ ମହାମନ୍ତ୍ର….
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ

ଜଗତରେ ପାଇବୁନି ଏମିତି ଠାକୁର ଟିଏ
ଭକତ ହାତରୁ ଯିଏ ସ୍ନେହରେ ମାଗିକି ଖାଏ
ଭକତିରେ ଦେଲେ ତାକୁ ରାନ୍ଧିକି କାଣିଚେ ଖୁଦ
ସେଇ ଖୁଦ ହେଇଯାଏ ଅବଢ଼ା ମହାପ୍ରସାଦ
ସର୍ବବ୍ୟାପି ଠାକୁର ସେ ସବୁଠି ଥାଏ
ଅନ୍ୟକୁ ଯେ ରଖେ ତାକୁ ମାରିବ କିଏ
ଆସୁରେ କଳାପାହାଡ଼ ହଜାରେ ଥର
ଥିବ ଏ ଶ୍ରୀମନ୍ଦିର ସିଂହଦୁଆର
ଉଡୁଥିବ ସେଇ ପତିତ ପାବନ ମହାନେତ….

ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ… ତା
ବିନୁ ଶ୍ରୀହୀନ ସାରା ଜଗତ

ସିଏ ମୋ ଜଗ…ନ୍ନାଥ……….
ତାବିନୁ ଶ୍ରୀ… ହୀନ……
ସାରା ଜଗତ…..

Related Post