ଥକାମନ ଚାଲ ଯିବା ଗୀତ

ଥକାମନ ଚାଲ ଯିବା ଗୀତ

(ସାରିଆ ଭିଭିକ)

ଥକାମନ ଚାଲ ଯିବା,  ଚକାନୟନ ଦେଖିବା

ଶଙ୍ଖନାଭି ମଣ୍ଡଳ ରେ, ବେନି ନେତ୍ର ପଖାଳିବ (ଘୋଷା)

ବାଟରେ ବାଟମଙ୍ଗଳା,  ଦେଖିବା ଅଠର ନଳା

ପାଞ୍ଚମନ ଏକମେଳା,  ନରେନ୍ଦ୍ର ସ୍ନାନ କରିବା

ପହଞ୍ଚିବା ବଡ଼ଦାଣ୍ଡେ,  ସେ ରେ ଦ୍ୱଣୁ ପାଇବା ତୁଣ୍ଡେ

ଛତାତଳେ ରହି ଦଣ୍ଡେ,  ସାଧୁଙ୍କ ସେବା କରିବା

ସିଂହ ଦ୍ଵାର ଭିଡାଭଡ଼ି,  ବାଜୁଅଛି ବେତବାଡ଼ି

ଠେଲି ଦେଇ ଯିବା ମାଡ଼ି,  ଧକ୍କା ବାଜିଲେ ସହିବା

ବାଇଶି ପାବଛେ ବିକା,  ହେଉଚି କୈବଲ୍ୟ ଚୋଖା

ହାଣ୍ଡିକ ପଡ଼େ ସୀ ସୀଉକା,  ମନରଙ୍କା ଛଡ଼ାଇବ

ଗରୁଡ଼ ପଛରେ ଦେଖ,  ଦିଶୁଛି କଳା ଶ୍ରୀମୁଖ

କହଇ ସାରିଆ ଭିକ,  ବଳରାମଙ୍କୁ କହିବା

(ସପ୍ତଦଶ ଶତାବ୍ଦୀର ସାରିଆ ଭିକ ଏହି ଗୋଟିଏ ମାତ୍ର ଭଜନକୁ ରଚନା କରି ଓଡିଆ ଭଜନ

ସାହିତ୍ୟରେ ସୁପ୍ରସିଦ୍ଧ । ତତ୍କାଳୀନ ଦୃଶ୍ୟ ଓ ଭକ୍ତାନୁଚିନ୍ତାର ପରିଚୟ ଏଥୁରୁ ମିଳିଯା ନ ପୂରୀର ଦୃଳିଯାଉଛି )