ରତ୍ନ ମଞ୍ଜରୀ କଥା ଓଡ଼ିଆ କାହାଣୀ

ରତ୍ନ ମଞ୍ଜରୀ କଥା ଓଡ଼ିଆ କାହାଣୀ

ମହାରାଜ ଭୋଜ ଯେତେବେଳେ ସିଂହାସନର ପ୍ରଥମ ପାହାଚରେ ପାଦ ଥାପିଲେ, ସେତେବେଳେ ପ୍ରଥମ ପୁତ୍ତଳିକା ରତ୍ନ ମଞ୍ଜରୀ କହିଲା,

“ରହନ୍ତୁ! ଆପଣ ପ୍ରଥମେ ମୋ କଥା ଶୁଣନ୍ତୁ
ତା’ପରେ ଆପଣ ନିଷ୍ପତି ନିଅନ୍ତୁ ଯେ ଆପଣ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କି ନୁହେଁ ଏବଂ ସିଂହାସନରେ ବସନ୍ତୁ ।

” ତାପରେ ସେ କହାଣୀ କହିବାକୁ ଆରମ୍ଭକଲା: ବହୁ ପୁରୁଣା କାଳର କଥା ।

ଆର୍ଯ୍ୟାବର୍ତର ଅମ୍ବାବତୀ ରାଜ୍ୟରେ ଗନ୍ଧର୍ବସେନ ରାଜୁତି କରୁଥିଲେ ।

ସେ ବର୍ଣ୍ଣବ୍ୟବସ୍ଥାରେ ବିଶ୍ୱାସ କରୁ ନଥିବାରୁ, ଚାରି ବର୍ଣ୍ଣର ଚାରି କନ୍ୟାଙ୍କୁ
ବିବାହ କରିଥିଲେ । ବ୍ରାହ୍ମଣ ବର୍ଣ୍ଣ ରାଣୀଙ୍କ ପାଖରୁ ବ୍ରହ୍ମଣୀତ, କ୍ଷତ୍ରିୟ ବର୍ଣ୍ଣ ରାଣୀଙ୍କ ଗର୍ଭରୁ ଶଙ୍ଖ, ଧନ୍ୱନ୍ତରୀ, ଭର୍ତୃହରି ନାମକ ତିନିପୁତ୍ର

ବୈଶ୍ୟ ପତ୍ନୀଙ୍କ ପାଖରୁ ଚନ୍ଦ୍ର ଏବଂ ଶୂଦ୍ରବର୍ଣ୍ଣ ରାଣୀଙ୍କ ବିକ୍ରମାଦିତ୍ୟ ନାମକ ପୁତ୍ର ଜନ୍ମ ହୋଇଥିଲେ ।
ସମୟକ୍ରମେ ରାଜା ବ୍ରହ୍ମଣୀତକୁ ରାଜ୍ୟର ଦେୱାନ୍ ପଦରେ ବସାଇଥିଲେ

ମାତ୍ର ଅଶାନ୍ତି, ବିଶୃଙ୍ଖଳା, ଅରାଜକତାର ସାମନା କରି ନ ପାରି ସେ ରାଜ୍ୟଛାଡି ଚାଲିଗଲେ ସେ ଧରାନଗରୀରେ ଆଶ୍ରୟ ନେଇ କୌଶଳକ୍ରମେ

ସେଠାକାର ରାଜ୍ୟର ରାଜାଙ୍କୁ ହତ୍ୟା କରି ନିଜେ ରାଜାହୋଇ ଉଜ୍ଜୟିନୀ ଆକ୍ରମଣ ପାଇଁ ଅଗ୍ରସର ହେଲେ ।
କାରଣ ଉଜ୍ଜୟିନୀ ଥିଲା ଅମ୍ବାବତୀର ରାଜଧାନୀ । ମାତ୍ର ଦୁଃଖର କଥା ଯେ ତାଙ୍କର ଆଶା ସଫଳ ହେଲା ନାହିଁ ।

ସେ ହଠାତ୍ ଅସୁସ୍ଥ ହୋଇପଡି ମୃତ୍ୟୁ ବରଣ କଲେ । ତେଣେ ରାଜାଙ୍କ କ୍ଷତ୍ରିୟପୁତ୍ର ଶଙ୍ଖ ରାଜ ସିଂହାସନରେ ବସିବା ପାଇଁ ଲାଳାୟିତ ହୋଇଥିଲେ ।

ମାତ୍ର ତାଙ୍କର ସାନଭାଇ ବିକ୍ରମାଦିତ୍ୟଙ୍କୁ ରାଜା ଖୁବ୍ ଶ୍ରଦ୍ଧା କରୁଥିଲେ ।

ଏଣୁ ସେ ସୁଯୋଗ ଉଣ୍ଡି ଶୋଇଥିବା ଅବସ୍ଥାରେ ନିଜ ପିତାଙ୍କୁ ହତ୍ୟାକରି ନିଜେ ରାଜାହେଲେ
ଏଇ ଘଟଣାପରେ ଭୟଭୀତ ହୋଇ ଅନ୍ୟ ଚାରିଭାଇ ରାଜ୍ୟଛାଡି ପଳାୟନ କଲେ ଏବଂ ବିତ୍ରୁସ୍ନା ମନୋଭାବ ନେଇ

ବିକ୍ରମାଦିତ୍ୟ ମଧ୍ୟ ରଜାହେବା ଲାଳସାରୁ ନିଜକୁ ବଂଚିତ କରି ଜଙ୍ଗଲ ମଧ୍ୟକୁ ପଳେଇଲେ ।

ଶଙ୍ଖ ନିଜକୁ ନିରଙ୍କୁଶ ରଖିବା ପାଇଁ ଲୋକ ଲଗାଇ ଚାରିଭାଇଙ୍କୁ ହତ୍ୟା କରାଇଲେ ମାତ୍ର ବିକ୍ରମାଦିତ୍ୟଙ୍କର କୌଣସି ସୂଚନା ପାଇଲେ ନାହିଁ
ତାଙ୍କ ମନରେ ସର୍ବଦା ଅନୁସନ୍ଧାନ ଜାରି ରଖି ଏବଂ ଜ୍ୟୋତିଷମାନଙ୍କ ଦ୍ୱାରା ଗଣନା କରାଇ ସେ ଜାଣିବାକୁ ପାଇଲେ ଯେ ବିକ୍ରମାଦିତ୍ୟ

ବଂଚିଛନ୍ତି ଏବଂ ତାଙ୍କ ଭାଗ୍ୟରେ ରାଜଯୋଗ ରହିଛି । ସେ ରାଜ୍ୟ ହାସଲ କରି ରାଜଚକ୍ରବର୍ତ୍ତି ସମ୍ରାଟ ହେବେ ।


ବିଶେଷ ଦ୍ରଷ୍ଟବ୍ୟ:-  କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।  ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ ।  ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।