ମାନସିକ ରୋଗୀ ଓଡ଼ିଆ ଗଳ୍ପ
ହୋଲାପୁରର ଏକ ମାନସିକ ରୋଗଚିକିତ୍ସା କେନ୍ଦ୍ରରେ କେଶବ ତା’ର ଜଣେ ଆତ୍ମୀୟ ଲୋକକୁ ଦେଖିବାକୁ ସେଠାକୁ ଯାଇଥିଲା । ସେଠାରେ ପହଁଚି ସେ ବୁଝିଲା, ତା’କୁ ଆହୁରି ଘଂଟାଏ ଅପେକ୍ଷା କରିବାକୁ ହେବ, ତା’ପରେ ଯାଇ ତାଙ୍କର ଦେଖାମିଳିବ ବାହାରେ ପଡିଥିବା ଏକ ଖଟିଆ ଉପରେ ସେ ବସି ଅପେକ୍ଷା କଲା । ସେଠାରେ ଆହୁରି ଜଣେ ବ୍ୟକ୍ତି ପୂର୍ବରୁ ବସିଥିଲେ । କଥାବାର୍ତ୍ତା କରୁ କରୁ କେଶବ କହିଲା, “ମୁଁ ମୋର ଜଣେ ଆତ୍ମୀୟଙ୍କୁ ଦେଖା କରିବା ଉଦ୍ଧେଶ୍ୟରେ ଏଠାକୁ ଆସିଛି, ସେ ଏଠାରେ ରୋଗୀ ଅଛନ୍ତି । ଆପଣ ଏଠାକୁ କାହା ପାଇଁ ଆସିଛନ୍ତି?”
ବ୍ୟକ୍ତି ଜଣକ କହିଲେ, “ଚାରିପାଞ୍ଚ ମାସ ଧରି ମୁଁ ଏଠାରେ ଚିକିତ୍ସା ହେଉଛି । ଡାକ୍ତରମାନେ କୁହନ୍ତି ଯେ ମୋ ମଧ୍ୟରେ ମାନସିକ ଲକ୍ଷଣ ଦେଖା ଦେଇଛି ”
କେଶବ ଆଶ୍ଚର୍ଯ୍ୟ ହୋଇ ଭାବିଲା ଯେ, ଏ ଲୋକଟି ଯେତେସବୁ କଥା କହିଲା ସେ ସବୁ ତ ସାଧାରଣ ଓ ଠିକ୍ କଥା, ସେ ପୁଣି ସେତକ ବଡ ଭଦ୍ରଭାବରେ କହୁଛି; ୟାଙ୍କ ନିକଟରେ ତ ମଥା ଗୋଳମାଳର ଲକ୍ଷଣ ଆଦୌ ନାହିଁ । ତେଣୁ ସେ କହିଲା, “ଆପଣଙ୍କ କଥାବାର୍ତ୍ତା ତ ବେଶ୍ ସ୍ୱାଭାବିକ ଲାଗୁଛି । ସବୁ ଠିକ୍ କଥା ମଧ୍ୟ କହୁଛନ୍ତି । ତେବେ ଆପଣ କାହିଁକି ଆଉ ଏଠାକୁ ଚିକିତ୍ସା ପାଇଁ ଆସିଛନ୍ତି?”
ଭଦ୍ରଲୋକ ଅଳ୍ପ ହସି କହିଲେ, “ଏଠାକାର ଡାକ୍ତରମାନେ ମାନସିକ ରୋଗ ଚିକିତ୍ସା କରୁଛନ୍ତି । ମୋର କାହିଁ ମନେହୁଏ ସେମାନଙ୍କର ତ ଆଉ ମାନସିକ ରୋଗ ହୋଇନାହିଁ? ମୋତେ ତ ଖଡମ ଅପେକ୍ଷା ଚମଡା ଚପଲ ବହୁତ ଭଲ ଲାଗେ, ଆପଣଙ୍କୁ କ’ଣ ଭଲ ଲାଗେ?” କେଶବ କହିଲା, “ମତେ ବି ତ ଚମଡା ଚପଲ ଭାରି ଭଲ ଲାଗେ ।” ଭଦ୍ରଲୋକ ପଚାରିଲେ, “କ’ଣ ଆପଣ କାକୁ ଚୋବେଇ ଖାଆନ୍ତି ନା ଖଣ୍ଡ ଖଣ୍ଡ କରି ଗିଳି ପକାନ୍ତି?” ଏପରି କଥା ଶୁଣି କେଶବର ମଥା ସେହିକ୍ଷଣି ଘୁରିଗଲା ସେ ତୁରନ୍ତ ସେଠାରୁ ଉଠି ପଳାଇଲା
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।