ଶ୍ରୀ ପୁରୁଷୋତ୍ତମ ଯିବା ମନ ଓଡ଼ିଆ ଜଗନ୍ନାଥ ଭଜନ ଗୀତ
ଶ୍ରୀ ପୁରୁଷୋତ୍ତମ ଯିବା ମନ
ସାଙ୍ଗ ହୋଇଥିବା ପାଞ୍ଚଜଣ
ତୁନି ହୋଇଥିବା କେହି ନ ଜାଣିବେ
ବସି ଭାଳୁଥିବା ମନେ ମନ-ପ୍ରଭୁ ପାଞ୍ଚଜଣ
ଦାଣ୍ଡକୁ ଫିଟିଛି ସିଂହଦ୍ଵାର
ବାଇଶି ପାହାଚ ତଳ କର
କଳ୍ପବଟ ମୂଳେ ଅନନ୍ତଶଯ୍ୟାରେ
ମୁକୁତି ମଣ୍ଡପ ବିମ୍ବାଧର-ପ୍ରଭୁ ଲୟେ କର
ସାଜେଣି ହୋଇଛି ତିନି ରଥ
ପାଟ ପତନି ମଣ୍ଡଣି ନେତ
ସୁବର୍ଣ୍ଣ କଳସ ଉପରେ ଚିରାଳ
ଫର ଫର ଉଡ଼େ ବାନା ନେତ ପ୍ରଭୁ ତିନି ରଥ
ଶରଧା ବାଲିକି ଶୋଭାବନ
ତାଳଧ୍ୱଜରେ କି ବଳରାମ
ରଙ୍ଗ ସଭାତଳେ କଂସକୁ ମାଇଲେ
ରାମକୃଷ୍ଣ ଏହି ବେନି ଜନପ୍ରଭୁ ବଳରାମ
ଏହି ଜଗନ୍ନାଥ ଗୋପପୁରେ
ବତ୍ସା ରଖୁଥିଲେ ନନ୍ଦଘରେ
କଂସର କଟକେ ଅଷ୍ଟମଲାଁ ମାରି
ଗିରି ଟେକିଛନ୍ତି ବାମ କରେ ପ୍ରଭୁ ଗୋପପୁରେ
ଶ୍ରୀକୃଷ୍ଣ ଚରଣେ ଆଶାକରି
ହୃଦେ ବୋଲୁଥାଇ ହରି ହରି
କହେ ଜଗନ୍ନାଥ ଚରଣେ ଶରଣ
ଆଜ୍ଞାହେଉ ପ୍ରଭୁ ନୀଳଗିରି ପ୍ରଭୁ ଦେବ ହରି