smarteduguide.com
  • Home
  • Lyrics
  • ଶ୍ରୀ ପୁରୁଷୋତ୍ତମ ଯିବା ମନ ଓଡ଼ିଆ ଜଗନ୍ନାଥ ଭଜନ ଗୀତ

ଶ୍ରୀ ପୁରୁଷୋତ୍ତମ ଯିବା ମନ ଓଡ଼ିଆ ଜଗନ୍ନାଥ ଭଜନ ଗୀତ

by Arpita Jena Jul 17, 2026

ଶ୍ରୀ ପୁରୁଷୋତ୍ତମ ଯିବା ମନ ଓଡ଼ିଆ ଜଗନ୍ନାଥ ଭଜନ ଗୀତ

ଶ୍ରୀ ପୁରୁଷୋତ୍ତମ ଯିବା ମନ

ସାଙ୍ଗ ହୋଇଥିବା ପାଞ୍ଚଜଣ

ତୁନି ହୋଇଥିବା  କେହି ନ ଜାଣିବେ

ବସି ଭାଳୁଥିବା ମନେ ମନ-ପ୍ରଭୁ ପାଞ୍ଚଜଣ

ଦାଣ୍ଡକୁ ଫିଟିଛି ସିଂହଦ୍ଵାର

ବାଇଶି ପାହାଚ ତଳ କର

କଳ୍ପବଟ ମୂଳେ ଅନନ୍ତଶଯ୍ୟାରେ

ମୁକୁତି ମଣ୍ଡପ ବିମ୍ବାଧର-ପ୍ରଭୁ ଲୟେ କର

ସାଜେଣି ହୋଇଛି ତିନି ରଥ

ପାଟ ପତନି ମଣ୍ଡଣି ନେତ

ସୁବର୍ଣ୍ଣ କଳସ ଉପରେ ଚିରାଳ

ଫର ଫର ଉଡ଼େ ବାନା ନେତ ପ୍ରଭୁ ତିନି ରଥ

ଶରଧା ବାଲିକି ଶୋଭାବନ

ତାଳଧ୍ୱଜରେ କି ବଳରାମ

ରଙ୍ଗ ସଭାତଳେ କଂସକୁ ମାଇଲେ

ରାମକୃଷ୍ଣ ଏହି ବେନି ଜନପ୍ରଭୁ ବଳରାମ

ଏହି ଜଗନ୍ନାଥ ଗୋପପୁରେ

ବତ୍ସା ରଖୁଥିଲେ ନନ୍ଦଘରେ

କଂସର କଟକେ ଅଷ୍ଟମଲାଁ ମାରି

ଗିରି ଟେକିଛନ୍ତି ବାମ କରେ ପ୍ରଭୁ ଗୋପପୁରେ

ଶ୍ରୀକୃଷ୍ଣ ଚରଣେ ଆଶାକରି

ହୃଦେ ବୋଲୁଥାଇ ହରି ହରି

କହେ ଜଗନ୍ନାଥ ଚରଣେ ଶରଣ

ଆଜ୍ଞାହେଉ ପ୍ରଭୁ ନୀଳଗିରି ପ୍ରଭୁ ଦେବ ହରି

 

Tags: ଓଡ଼ିଆ ଜଗନ୍ନାଥ ଭଜନ ଶ୍ରୀ ପୁରୁଷୋତ୍ତମ ଯିବା ମନ ଓଡ଼ିଆ ଜଗନ୍ନାଥ ଭଜନ ଗୀତ
Previous Article ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍‌
Next Article Apple Iphone 18 Pro Max

©smarteduguide.com